27.1 C
Bhubaneswar
Thursday, March 5, 2026
Homeଓଡିଶାକୂଅରୁ ଉଦ୍ଧାର ହେଲା ହାତୀ

କୂଅରୁ ଉଦ୍ଧାର ହେଲା ହାତୀ

କେନ୍ଦୁଝର: ଖାଦ୍ୟ ଅନ୍ୱେଶଣରେ ଗାଁକୁ ଆସି କୂଅରେ ଖସିପଡିଲା ହାତୀ । କେନ୍ଦୁଝର ସଦର ରେଞ୍ଜର ବନାଯୋଡି ଗାଁରେ ଦେଖିବାକୁ ମିଳିଥି ଏଭଳି ଅଭାବନୀୟ ଦୃଶ୍ୟ । ବନାଯୋଡି ଗାଁର ହୃଷି ନାଏକଙ୍କ କୂଅରେ ହାତୀ ଖସି ପଡିଛି ବନ ବିଭାଗ ପକ୍ଷରୁ ଜେସିବି ମେସିନ ସାହାଯ୍ୟରେ କୂଅରୁ ହାତୀକୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ଗତକାଲି ମଧ୍ୟରାତ୍ରୀରେ ୩ଟି ଦନ୍ତାହାତୀ ଅଞ୍ଚଳରେ ଖାଦ୍ୟ ଅନ୍ୱେଷଣରେ ବୁଲୁଥିଲେ । ଖାଦ୍ୟ ପାଇଁ ବୁଲିବା ବେଳେ ଗୋଟିଏ ଦନ୍ତା କୂଅ ଭିତରେ ଗଳି ପଡିଛି । କୂଅର ମୁହଁ ଅଣ ଓସାରିଆ ହୋଇଥିବା ବେଳେ କୂଅର ଚାରିପାଖ ପଥର ଯୋଡେଇ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି । ବହୁ ଚେଷ୍ଟା ସତ୍ତ୍ୱେ ଜେସିବି ସାହାଯ୍ୟରେ ହାତୀକୁ ଉଦ୍ଧାର କରାଯାଇଛି । ହାତୀ ଆକ୍ରମଣରେ ୩ ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି ।ତେବେ ବଡ କଥାହେଉଛି ଏହି ଘଟଣା ପ୍ରଥମ ନୁହଁ ଏଭଳି ଖବର ବାରମ୍ବାର ଆସୁଛି । ସବୁ ସଚେତନ କରାଇଲେ ମଧ୍ୟ କେହି ପଶୁ ମାନଙ୍କ ପ୍ରତି ସାବଧାନ ହେଉନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking