30.1 C
Bhubaneswar
Sunday, March 22, 2026
Homeଓଡିଶାକଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା: ୪ ଗିରଫ

କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା: ୪ ଗିରଫ

କାମାକ୍ଷାନଗର: କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ନିକଟରେ ଥିବା ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା l ମୁଖ୍ୟ ଅଭିଯୁକ୍ତ ସମେତ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ l ଏ ନେଇ କାମାକ୍ଷାନଗର ଏସଡିପିଓଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରେସମିଟ କରି ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ଅଭିନଵ ସୋନକାର ମୁଖ୍ୟ ଅଭିଯୁକ୍ତ ଜଣକ କାମାକ୍ଷାନଗର ଥାନା ସାଆନ୍ତାରାପୁର ଗ୍ରାମର ଗଙ୍ଗାଧର ପାତ୍ର ହୋଇଥିବା ବେଳେ ଅନ୍ୟ ତିନି ଜଣ କାମାକ୍ଷାନଗର ଥାନା ସାନ ଇନ୍ଦିପୁର ଗ୍ରାମର ଚନ୍ଦନ କୁମାର ନାଏକ, ସାଆନ୍ତାରାପୁର ଗ୍ରାମର ମଦନମୋହନ ପାତ୍ର, ଓ ପରଜଙ୍ଗ ଥାନା କୁମୁସି ଗ୍ରାମର ରସାନନ୍ଦ ନାଏକ l ଏମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ କାର୍, ତିନୋଟି ମୋବାଇଲ, ମୃତ କଲେଜ ଛାତ୍ରୀଙ୍କ ରକ୍ତଭିଜା ଓଢ଼ଣୀ ଓ କଲେଜ ବ୍ୟାଗକୁ ଜବତ କରିଛି ପୁଲିସ lଏ ନେଇ କାମାକ୍ଷାନଗର ଥାନାରେ ଏକ ମାମଲା ରୁଜୁ କରାଯାଇ ପୋକ୍ସୋ ଆଇନ ଅନୁଯାୟୀ ଦଫା ରୁଜୁ କରାଯାଇଛି l ଯାହାକୁ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ଅଭିନଵ ସୋନକାର l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking