34.1 C
Bhubaneswar
Friday, March 20, 2026
Homeଓଡିଶାକଲେଜରେ ଆରମ୍ଭ ହେବ ଏଆଇ ଶିକ୍ଷା

କଲେଜରେ ଆରମ୍ଭ ହେବ ଏଆଇ ଶିକ୍ଷା

ଭୁବନେଶ୍ଵର : AI ଶିକ୍ଷାକୁ ମିଳିବ ଉଡାଣ। କଲେଜରେ ଆରମ୍ଭ ହେବ AI ଶିକ୍ଷା। ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ‘AI for ALL’ ପାଠ୍ୟକ୍ରମ। ରମାଦେବୀ ବିଶ୍ୱବିଦ୍ୟାଳୟରେ AI & ROBOTICS CENTER of EXCELLENCE ଖୋଲାଯାଇଛି। Odisha State Open University, ସମ୍ବଲପୁରରେ କଳା ସ୍ନାତକୋତର ଦ୍ଵିତୀୟ ସେମିଷ୍ଟାରରେ AI ପାଠ୍ୟକ୍ରମ ପଢା ଯାଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି।

ସେହିପରି ବିଶ୍ଵବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ମରୁଡ଼ି ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ୧୭ଟି ବିଶ୍ଵବିଦ୍ୟାଳୟରେ ୭୦୯ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି। ୪୬୧ ଆସୋସିଏଟ୍ ଓ ୨୬୪ ପ୍ରଫେସର ପଦ ପୂରଣ ହୋଇନି। ଅଣଶିକ୍ଷକ ନିଯୁକ୍ତି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ୨୩୨୫ ଅଣଶିକ୍ଷକ ପଦ ପୂରଣ କରିବା ବାକି ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking