କଟକ: କଟକରେ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିଲମ୍ବନକୁ ତୀବ୍ର ବିରୋଧ କରାଯାଇଛି । ବିଜୁ ପଟ୍ଟନାୟକ ଛକରେ ଦେବୀରଞ୍ଜନଙ୍କ ସମର୍ଥକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦଳରୁ ପାଣ୍ଡିଆନଙ୍କୁ ବୟକଟ କରିବାକୁ ଦାବି କରିଛନ୍ତି ଦେବୀଙ୍କ ସମର୍ଥକ । ପାଣ୍ଡିଆନଙ୍କ କୁଶପୁତ୍ତିଳିକା ଦାହ ସହ ପାଣ୍ଡିଆନ ଗୋ ବ୍ୟାକ ନାରାବାଜି ଦେଇଛନ୍ତି । ପାଣ୍ଡିଆନଙ୍କ ଉପରେ ବର୍ଷି କହିଛନ୍ତି, ସନ୍ନ୍ୟାସ ନେବାର ୨ ବର୍ଷ ପରେ ବି ଦଳ ପାଣ୍ଡିଆନଙ୍କ ଦ୍ୱାରା ପରିଚାଳିତ । ସୂଚନାଥାଉକି, ଗତକାଲି ବିଜେଡିର ପିଏସି ବୈଠକ ପରେ କ୍ରସ ଭୋଟି କରିଥିବା ୬ ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।










