17.1 C
Bhubaneswar
Wednesday, February 11, 2026
Homeଓଡିଶାଓଲଟିଲା ଟ୍ରକ୍ ; ଚାଳକ ଗୁରୁତର

ଓଲଟିଲା ଟ୍ରକ୍ ; ଚାଳକ ଗୁରୁତର

କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭେଟଖୋଲ ଘାଟିରେ ଘଟିଛି ସଡକ ଦୁର୍ଘଟଣା । ଭାରସମ୍ୟ ହରାଇ ଓଲଟିଲା ଟ୍ରକ୍। ତେବେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ମୁତାବକ, ଟ୍ରକଟି ବାଙ୍ଗାଲୋରରୁ ସମ୍ବଲପୁରକୁ ଯାଉଥିଲା। ସେହି ସମୟରେ ହଠାତ ଭେଟଖୋଲ ଘାଟିରେ ଭାରସାମ୍ୟ ହରାଇ ରାସ୍ତାର ଗାର୍ଡ ୱାଲ ଭାଙ୍ଗି ଓଲଟି ପଡିଥିଲା ଟ୍ରକ୍। ଫଳରେ ଟ୍ରକ ଭିତରେ ଚାପି ହୋଇଯାଇଥିଲେ। ଯେଉଁଥିପାଇଁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେବେ ଡ୍ରାଇଭରଙ୍କ ଚିତ୍କାର ଶୁଣି ଭେଟଖୋଲ୍ ଗାଁ ଲୋକେ ମଧ୍ୟ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏହାପରେ ତୁରନ୍ତ ଫୁଲବାଣୀ ପୋଲିସକୁ ଖବର ଦେଇଥିଲେ ଖବରପାଇ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରକୁ ଉଦ୍ଧାର କରି ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରିଛି। ତେବେ ଡ୍ରାଇଭର ଜଣକ ମାତାଲ୍ ହୋଇ ଗାଡି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ନେଇ ପୋଲିସ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking