14.1 C
Bhubaneswar
Thursday, January 15, 2026
Homeଓଡିଶାଓଡ଼ିଶା ବନ୍ଦ ସଫଳ ହେଲା : ଯୁବ କଂଗ୍ରେସ

ଓଡ଼ିଶା ବନ୍ଦ ସଫଳ ହେଲା : ଯୁବ କଂଗ୍ରେସ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଏଫ୍‌.ଏମ୍‌. କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ମୃତ୍ୟୁ ଏବଂ ତାଙ୍କ ଉପରେ ହୋଇଥିବା ଅନ୍ୟାୟ ପ୍ରତିବାଦରେ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ସଂପୂର୍ଣ୍ଣ ଭାବେ ସଫଳ ହୋଇଛି। ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏହି ଆନ୍ଦୋଳନକୁ ସୂଚାରୁ ରୂପେ ପରିଚାଳନା କରିବା ସହ ଭଉଣୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। ଆଜିର ଏହି ବନ୍ଦ ଡାକରା ସମୟରେ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ୟାସିର ନୱାଜ ଶତାଧିକ ସଂଖ୍ୟାରେ ଯୁବକ ମାନଙ୍କୁ ଏକ ବିଶାଳ ମଟର ସାଇକେଲ ରାଲିରେ ଓଡ଼ିଶା ବନ୍ଦ ପରିପ୍ରେକ୍ଷିରେ ଭୁବନେଶ୍ୱର ସମସ୍ତ ଅଂଚଳରେ ପିକେଟିଙ୍ଗ କରିଥିଲେ। ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ଶ୍ରୀ ଭକ୍ତ ଚରଣ ଦାସ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ଅଜୟ ଲଲ୍ଲୁଙ୍କ ସହ ସାମିଲ ହୋଇ ରାଜଧାନୀ ଠାରେ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାର ଆୟୋଜନ କରିଥିଲେ। ଆଜିର ଏହି ଓଡ଼ିଶା ବନ୍ଦ କାର୍ଯ୍ୟକ୍ରମ ପ୍ରଦେଶ କଂଗ୍ରେସ କମିଟି ତରଫରୁ ସଂପୂର୍ଣ୍ଣ ହୋଇଛି ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ମହମ୍ମଦ ଇମଦାଦ୍‌, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ସୁଦିପ ସାମଲ, ଗୋପନ ମାର୍ଥା, ନିହାର ରଞ୍ଜନ ବେହେରା, ଅଭିଜିତ ଜେନା, ଜାଭେଦ ଅକ୍ତର, ସ୍ୱାଗତ କର, ମହମ୍ମଦ ପରଭେଜ, ମହମ୍ମଦ ଗୁଲଫାମ, ବଳରାମ ନନ୍ଦ, ଲକ୍ଷ୍ମୀପ୍ରିୟା ନାୟକ, ଲିପିକା ପାତ୍ର, ସୁରଜ ରାଉତ, ଅମ୍ରେଶ ପରିଡା, ବିରଂଚି ବାରିକ, ପ୍ରଶାନ୍ତ ରାଉତ, ପବିତ୍ର ସେଠୀ ଙ୍କ ସହ ଶତାଧିକ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking