30.1 C
Bhubaneswar
Friday, March 20, 2026
Homeଓଡିଶାଓଡ଼ିଶାରେ ଭୟଙ୍କର ବର୍ଷା ଓ ଝଡ଼ପବନ ଆଶଙ୍କା

ଓଡ଼ିଶାରେ ଭୟଙ୍କର ବର୍ଷା ଓ ଝଡ଼ପବନ ଆଶଙ୍କା

ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷାର ଆଶଙ୍କା । ଆଗାମୀ ୭ ଦିନ ଯାଏ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ତା ମଧ୍ୟରୁ ୩ ଦିନ ଯାଏ ପ୍ରବଳ ଝଡପବନ ସହ କୁଆପଥର ବର୍ଷାର ପୂର୍ବାନୁମାନ ରହିଛି । ଆଜି ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

 ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର । ଏହି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୫୦ ରୁ ୬୦ କିମି ବଗରେ ଝଡ଼ପବନ ଓ କୁଆପଥର ବର୍ଷାର ସମ୍ଭାବନା ରହିଛି । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ,ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ସୋନପୁର ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାକୁ ବି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking