ଭୁବନେଶ୍ୱର: ବହୁଚର୍ଚ୍ଚିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଆସନ୍ତା ସେପ୍ଟେମ୍ବର ୧୭ରେ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସି ପ୍ରାୟ ୫ ଲକ୍ଷ ମହିଳାଙ୍କ ଉପସ୍ଥିତରେ ଏହି ଯୋଜନା କାର୍ଯ୍ୟକାରୀ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ ୨୯ରେ ନୂଆଦିଲ୍ଲୀ ଗସ୍ତବେଳେ ଏହା ଘୋଷଣା କରିଥିଲେ । ହେଲେ ପ୍ରଧାନମନ୍ତ୍ରୀ ଆସିବେ କି ନାହିଁ ତାହା ସ୍ପଷ୍ଟ ହୋଇନଥିବାବେଳେ ଆସନ୍ତା ୧୫ରେ ସୁଭଦ୍ରା ଯୋଜନା ପାଇଁ ‘ଏସ୍ଓପି’ ଜାରି ହେବ ବୋଲି ନିଷ୍ପତ୍ତି ହୋଇଛି ।
ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଯେ, ଏନେଇ ମୋହନ ସରକାରଙ୍କର ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶହେ ଦିନ ମଧ୍ୟରେ ରାଜ୍ୟରେ ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ ହେବ । ସୁଭଦ୍ରା ଯୋଜନା ଅନ୍ତର୍ଗତ ହିତାଧିକାରୀ ମହିଳା ୫୦ ହଜାର ପର୍ଯ୍ୟନ୍ତ ଆର୍ôଥକ ସହାୟତା ପାଇ ପାରିବେ । ପ୍େରତ୍ୟକ ପରିବାରର ମୁଖ୍ୟ ମହିଳାଙ୍କୁ ହିଁ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ପରିବାରର ହିତାଧିକାରୀ ମହିଳା ଉପହାର ହିସାବରେ ଏହି ରାଶିର ଲାଭ ଉଠାଇ ପାରିବେ । ଫଳରେ ଯୋଜନାରେ ମିଳିବାକୁ ଥିବା ସହାୟତା ରାଶି ଦ୍ୱାରା ମହିଳାମାନେ ନିଜର ଜୀବନ ଜୀବିକାକୁ ଆହୁରି ସୁଦୃଢ଼ କରିପାରିବେ ।
ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲେ ହେଁ ଆବଶ୍ୟକ ପଡ଼ିଲେ ତାହା ବଢ଼ିିବ । ବିଜେପି ମା’ମାନଙ୍କୁ କେବେବି ଭୋଟ୍ ବ୍ୟାଙ୍କ୍ ଭାବେ ବ୍ୟବହାର କରେନି । ବିଜେପି ସେମାନଙ୍କ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବ । ମିଶନ ଶକ୍ତି କେବେବି ବନ୍ଦ ହେବନି । ରାଜ୍ୟରେ ଯେମିତି ଲକ୍ଷପତି ଦିଦିଙ୍କ ସଂଖ୍ୟା ବଢ଼ିବ ସେ ନେଇ ତାଙ୍କ ସରକାର କାମ କରୁଛି । ମିଶନ ଶକ୍ତି ମା’ମାନଙ୍କୁ ଦୁବାଇ ବୁଲାଇନେଲେ ସେମାନଙ୍କ ବିକାଶ ହୋଇଯିବନି, ସେମାନଙ୍କ ଏକ୍ସପୋଜର ଭିଜିଟ୍ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ସ୍କୁଟି ନେଇ ମିସନ ଶକ୍ତିର ମହିଳାମାନେ ପସ୍ତାଉଛନ୍ତି । ଗତ ସରକାର ସେମାନଙ୍କ ଉପରେ ଋଣ ଭାର ବଢାଇ ଦେଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି ।
‘ସୁଭଦ୍ରା’ ଯୋଜନାର କଣ ରହିଛି ନୀୟମାବଳି
– ଆବେଦନକାରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ
– ଆବେଦନକାରୀ ବିବାହିତା ମହିଳା ହୋଇଥିବେ
– ଆବେଦନକାରୀଙ୍କ ବୟସ ସୀମା ୨୩ରୁ ୫୯
– ଆବେଦନକାରୀ କିମ୍ବା ତାଙ୍କ ସ୍ୱାମୀ ସରକାରୀ ଚାକିରୀ କରି ନଥିବେ
– ଅଙ୍ଗନବାଡ଼ି କର୍ମୀ ସୁଭଦ୍ରା ଯାଜନାରେ ଆବେଦନ କରିପାରିବେ
– ପ୍ରତ୍ୟେକ ପରିବାରର ଜଣେ ଯୋଗ୍ୟ ମହିଳା ଆବେଦନ କରିପାରିବେ
– ଆଧାର କାର୍ଡ଼, ଭୋଟର କାର୍ଡ଼, ରାସନ କାର୍ଡ଼, ବ୍ୟାଙ୍କ ପାସ୍ ବୁକ୍ ଜରୁରୀ