18.1 C
Bhubaneswar
Sunday, December 29, 2024
Homeଓଡିଶାଆଜିର ସୁବିଚାର "

ଆଜିର ସୁବିଚାର “

ତୁମର ମେଧା ଓ ସତ୍ ଗୁଣ ଯଦି ଖରାପ ବାଟରେ ବ୍ୟବହୃତ ହୁଏ ତେବେ ପ୍ରଥମେ ତୁମେ ନିଜକୁ ହରାଇବସିବ I*

ଖରାପ ଜିନିଷ ଦେଖିବା , ଶୁଣିବା ତଥା ଖରାପ କଥା ଭାବିବା ଦ୍ୱାରା ମନ ଖରାପ ହୋଇଥାଏ I ଏଣୁ ଆମେ ଆମର ଚିନ୍ତାଧାରା ପ୍ରତି ସଜାଗ ରହିବା ଆବଶ୍ୟକ I*

ଅନ୍ୟମାନଙ୍କ ଭୂଲକୁ ଗଣ ନାହିଁ I ତୁମର ଭୂଲ ଗଣିବାକୁ ସେମାନଙ୍କୁ ଅନୁମତି ଦିଅ, ଯେଉଁ ସହଯୋଗ ତୁମର ଦୁର୍ବଳତାକୁ ଦୂରେଇ ଦେବ I*

କ୍ରିୟା ଓ ପ୍ରତିକ୍ରିୟା – ଦୁଇଟି ଶବ୍ଦ I କାର୍ଯ୍ୟ (କ୍ରିୟା) ଯେତେ ସାଧାରଣ ହେଉନା କାହିଁକି, ଏହାର ପ୍ରଭାବ ଯୁକ୍ତାତ୍ମକ, ଫଳପ୍ରଦ ଓ ସୃଜନଶୀଳ ହେବା ଆବଶ୍ୟକ I ଯଦି କେହି ତୁମକୁ ପରିହାସ କରନ୍ତି, ତେବେ ତୁମ ପକ୍ଷେ ଖୁସି ଖୁସିରେ ନୀରବତା ରକ୍ଷା କରିବା ହିଁ ଜ୍ଞାନର ପରିଚୟ I*

.
“ମନେରଖନ୍ତୁ ପରିଚୟ ଆଉ ସମ୍ମାନ କୌଣସି ମହଲରୁ ମିଳି ନ ଥାଏ ,ଏହା କେବଳ ଶିକ୍ଷା ସଂସ୍କାର ଆଉ ଆଦର୍ଶରୁ ମିଳିଥାଏ !!”*

“ଆଜି ଠାରୁ ଭଲଦିନ ଆଉ କିଛି ନାହିଁ , କାହିଁକି ନା କାଲି କେବେ ଆସେ ନାହିଁ କି ଆଜି କେବେ ଯାଏ ନାହିଁ !!”*

“ପ୍ରକୃତରେ ଆମ ଜୀବନରେ କେହି ବି ନିଜର ହୋଇନଥାନ୍ତି , ହେଲେ ଯେଉଁମାନେ ବି ନିଜର ଅଛନ୍ତି ତାଙ୍କୁ ସବୁବେଳେ ନିଜର ରଖିବା ପାଇଁ ଚେଷ୍ଟା କରନ୍ତୁ ।କାହିଁକି ନା ଥରେ ନିଜର ଲୋକଙ୍କୁ ହରେଇ ଦେଲେ ଆଉ ମିଳିବା କଷ୍ଟକର ହୋଇଥାଏ !!”*

“ପଛରେ ବଦନାମ କରି ସାମ୍ନାରେ ଆସି ଆନ୍ତରିକତା ଦେଖାଇବା ଲୋକମାନଙ୍କ ଠାରୁ ସର୍ବଦା ଦୁରେଇ ରହିବା ଉଚିତ୍ ,କାହିଁକି ନା ଏମାନେ ଶତ୍ରୁଠାରୁ ବି ଅଧିକ ଭୟଙ୍କର ହୋଇଥାନ୍ତି !

ଅଦ୍ୟ ନଭେମ୍ବର ମାସ ୨୧ ତାରିଖ ୨୦୨୪ ମସିହା(ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାର୍ଗଶୀର ମାସ- କୃଷ୍ଣପକ୍ଷ
ତିଥି- ଷଷ୍ଠୀ ସନ୍ଧ୍ୟା ଘ ୦୫/୦୪ ଗତେ ସପ୍ତମୀ
ନକ୍ଷତ୍ର- ପୂଷ୍ୟା ଦିବା ଘ ୦୪/୧୯ ଗତେ ଅଶ୍ଳେଷା
ଚନ୍ଦ୍ର -କର୍କଟ
ଯୋଗ- ଶୁକ୍ଳ
କରଣ – ବାଣିଜ୍ୟ
ସୌରମାସ- ବିଛା ୦୬ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୩/୩୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୫୦
*✧═════•❁❀
ଯୋଗିନୀ ପଶ୍ଚିମେ ସନ୍ଧ୍ୟା ଘ ୦୫/୦୪ ଗତେ ବାୟବ୍ୟେ
ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ତୁଳା ଓ କୁମ୍ଭ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୧୬ ଗତେ ଘ୦୫/୦୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୪୧ ମଧ୍ୟେ ଓ ଘ୦୨/୦୩ ଗତେ ଘ୦୨/୧୫ ମଧ୍ୟେ ଓ ରାତ୍ରି ଘ୦୫/୫୦ ଗତେ ଘ୦୯/୦୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନା
═✧*══•❁❀❁•═════✧
ଅଦ୍ୟ ନିମ୍ବ ସନ୍ଧ୍ୟା ଘ୦୫/୦୪ ଗତେ ତାଳ ଭକ୍ଷଣ ନିଷେଧ
✧═════•❁❀❁•═════
ମେଷ
ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।*
✧═════•❁❀❁•═════
ବୃଷ
ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ |*
✧═════•❁❀❁•═════
ମିଥୁନ
ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ | କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ | ବ୍ୟାପାର ମଧ୍ୟମ ରହିବ | ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ |*
✧═════•❁❀❁•═════
କର୍କଟ
ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ | ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ | ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।*
✧═════•❁❀❁•═════
ସିଂହ
ଆଜି ବ୍ୟୟବୃଦ୍ଧି ହେବ | ଚକ୍ଷୁ ପୀଡା ଦେଖାଦେବ | ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ | କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ | ବ୍ୟାପାରରେ କ୍ଷତି ସହିପାରନ୍ତି | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ |*
✧═════•❁❀❁•═════
କନ୍ୟା
ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ | ଶୁଭ ସମାଚାର ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ | ବ୍ୟାପାର ଲାଭଦାୟୀ ରହିବ | ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ |*
✧═════•❁❀❁•═════
ତୁଳା
ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ | ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି | ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ | ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ |*
✧═════•❁❀❁•═════
ବିଛା
ଆଜି ଉପହାର ମିଳିପାରେ | କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ | କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ | କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ | ପରିବାରରେ ସୁଖରେ ସମୟ କାଟିବେ |*
✧═════•❁❀❁•═════
ଧନୁ
ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି | ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ | କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ |*
✧═════•❁❀❁•═════
ମକର
ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ | ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ଅଯଥା ଖର୍ଚ୍ଚ ବଢ଼ିଯିବ | କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।*

✧═════•❁❀❁•═════
କୁମ୍ଭ
ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ | କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ | ବ୍ୟାପାରରେ ଦିନଟି ଅଶୁଭ ରହିପାରେ | ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |*
✧═════•❁❀❁•═════
ମୀନ
ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି | ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ | ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ | କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ | ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking