27.1 C
Bhubaneswar
Tuesday, July 15, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଯଦି କେହି ଆପଣଙ୍କ ଭଲ କାମ ଉପରେ ସନ୍ଦେହ କରୁଛନ୍ତି ତେବେ କରିବାକୁ ଦିଅନ୍ତୁ କାରଣ ସନ୍ଦେହ ସଦା ସର୍ବଦା ସୁନାର ଶୁଦ୍ଧତା ଉପରେ କରାଯାଏ ।

ସମୟର ସହ ଯିଏ ବଦଳି ଯାଆନ୍ତି ନାହିଁ ସେଇମାନେ ହିଁ ଆପଣାର ।

ଉପରକୁ ଉଠିବାକୁ ସାହାର୍ଯ୍ୟ କରିବା ଲୋକ କମ୍ , ପଛରୁ ଟାଣି ଧରିବା ଲୋକ ବହୁତ ବେଶୀ ।

ସ୍ବପ୍ନର ଦୁନିଆରେ ଜିଉଁ ଜିଉଁ ଏମିତି ମୁହୁର୍ତ୍ତ ନ ଆସୁ ଯାହାକୁ ଶେଷ କୁହାଯାଏ, ଏମିତି ନିଦ ନ ଆସୁ ଯାହାକୁ ମୃତ୍ୟୁ କୁହାଯାଏ ।

ଯେଉଁ Relationship ରେ ସ୍ବାର୍ଥ ଆସିଯାଏ ସେ ସମ୍ପର୍କ କାଚ ଭଳି ଭାଙ୍ଗି ଯାଏ
ଯେଉଁ Relationships ରେ ସ୍ବାର୍ଥ ନ ଥାଏ ସେ ସମ୍ପର୍କ ସବୁବେଳେ ହୀରା ଭଳି ଚମକୁଥାଏ,,,,,।
ବ୍ୟବହାର ଭଲ ନ ରଖି ପାରିଲେ…
ସମ୍ମାନର ମୂଲ୍ଯ ନାହିଁ।
ସମ୍ପର୍କ ଭଲ ନ ରଖି ପାରିଲେ…
ସମ୍ପତ୍ତିର ମୂଲ୍ଯ ନାହିଁ।
ସଂସ୍କାର ନ ରଖି ପାରିଲେ…
ବିଦ୍ୟାର ମୂଲ୍ଯ ନାହିଁ।
ପରିବାର ସନ୍ତୁଷ୍ଟ ନ ରଖି ପାରିଲେ…
ମନ୍ଦିରକୁ ଯିବାର ମୂଲ୍ଯ ନାହିଁ।
ଚରିତ୍ର ନ ରଖି ପାରିଲେ…
ଚେହେରାର ମୂଲ୍ଯ ନାହିଁ।
ଜିଭର ହାଡ ନଥାଏ କିନ୍ତୁ ଏହା ଏତେ ମଜଭୁତ ଯେ,ଗୋଟିଏ ହ୍ରୁଦୟକୁ ଭାଙ୍ଗିବାର ଯଥେଷ୍ଟ କ୍ଷମତା ରହିଛି।ଏଣୁ ହୁସିଆର କଥା କହିବା ଆଗରୁ ଭାବିଚିନ୍ତି କୁହନ୍ତୁ।

ଅଦ୍ୟ ଜୁନ ମାସ ୩୦ ତାରିଖ ୨୦୨୫ ,
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଆଷାଢ଼ମାସ- ଶୁକ୍ଳପକ୍ଷ
ତିଥି- ପଞ୍ଚମୀ ଦିବା ଘ୦୯/୦୪ଗତେ ଷଷ୍ଠୀ
ନକ୍ଷତ୍ର-ମଘା ଦିବା ଘ୦୭/୪୩ ଗତେ ପୁର୍ବା ଫା
ଚନ୍ଦ୍ର- ସିଂହ
ଯୋଗ- ଅଶ୍ରୁକ୍
କରଣ – ବାଳବ
ସୌରମାସ- ମିଥୁନ ୧୬ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୦୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୯
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୦୯/୦୪ ଗତେ ପଶ୍ଚିମେ
କର୍କଟ ଓ ମକର ରାଶିର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର
ଷଷ୍ଠୀ ରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୬/୫୪ ଗତେ ଘ୦୮/୩୩ ମଧ୍ୟେ
ବାରବେଳା- ଦିବା ଘ୦୩/୦୯ ଗତେ ଘ୦୪/୪୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୩୪ ଗତେ ଘ୧୦/୦୪ ମଧ୍ୟେ ଓ ଘ୦୯/୩୭ ଗତେ ଘ୧୨/୪୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୪/୩୫ ଗତେ ଘ୦୫/୦୬ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ବେଲ ଦିବା ଘ୦୯/୦୪ ଗତେ ନିମ୍ବ ଭକ୍ଷଣ ନିଷେଧ*
═✧*══•❁❀❁•═════

ଆଜିର ରାଶିଫଳ
✧═════•❁❀❁•═════
ମେଷ
: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।
✧═════•❁❀❁•═════
ବୃଷ
: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।*
✧═════•❁❀❁•═════
ମିଥୁନ
: ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।*
✧═════•❁❀❁•═════
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।
✧═════•❁❀❁•═════
ସି˚ହ
: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।
✧═════•❁❀❁•═════
କନ୍ୟା
: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।*
✧═════•❁❀❁•═════
ତୁଳା
: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।
✧═════•❁❀❁•═════
ବିଛା
: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।
✧═════•❁❀❁•═════
ଧନୁ
: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।*
✧═════•❁❀❁•═════
ମକର
: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।*
✧═════•❁❀❁•═════
କୁମ୍ଭ
: ଆପଣଙ୍କ ଊର୍ଜ। ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
✧═════•❁❀❁•═════
ମୀନ
:ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking