ବେଶି ଶୃଙ୍ଗାରରେ ନାରୀ କି ସୁନ୍ଦର*
ଲଜ୍ୟା ଯଦି ମନେ ନାହିଁ,
ଉପହାସର ସେ ପାତ୍ରୀ ହେବ ସିନା
ସଭିଏଁ ରହିବେ ଚାହିଁ।
ଆଜିର ସମୟରେ ଆଧୁନିକ ହୋଇ ଚଳିବା କିଛି ଖରାପ କଥା ନୁହେଁ କିନ୍ତୁ ଆଧୁନିକରଣ ପାଇଁ ପରିବାରର ସଂସ୍କାରକୁ ଭୁଲିଯିବା କେବେ ଠିକ୍ ନୁହେଁ ।*
ଲୋକେ ସବୁବେଳେ ଭାଗ୍ୟକୁ ଦୋଷ ଦେଇ ଥାଆନ୍ତି କିନ୍ତୁ ଏହା ଚିନ୍ତା କରି ନ ଥାନ୍ତି ଯେ ମଞ୍ଜି ତ ନିଜେ ହିଁ ବୁଣିଛନ୍ତି ।
ଜୀବନରେ ସେହି ବ୍ୟକ୍ତି ମାନେ ଅସଫଳ ହୁଅନ୍ତି, ଯେଉଁ ମାନେ କେବଳ ଚିନ୍ତା କରନ୍ତି, କିନ୍ତୁ କର୍ମ କରନ୍ତି ନାହିଁ,,,,,।*
କର୍ମ କଷଣ ଦେହେ ସହେ
ଅରଣ୍ଯେ ଅଜଗର ପ୍ରାୟେ ।.
ପର ଉପକାର ପର ସୁଚିନ୍ତାରେ*
ଲାଗଇ ଯାହାର ମନ।
ପ୍ରଭୁ ଚକ୍ରଧର ଦୁଃଖ ନାଶ କରି ଦିଅନ୍ତି ସୁଖି ଜୀବନ ।
ଖରାପ୍ କର କିମ୍ବା ଭଲ କର…..
ସମସ୍ତ କର୍ମର ଫଳ ଏହି ପୃଥିବୀରେ ହିଁ ଭୋଗିବାକୁ ପଡ଼ିବ କାହିଁକି ନା ସମୟ କାହାକୁ ବି କ୍ଷମା କରେନି ।
ଜୀବନରେ କେବେ ଧନ ଦୌଲତକୁ ନେଇ ଅହଙ୍କାର କରନ୍ତୁ ନାହିଁ, କିଏ ଜାଣିଛି କାଲିକି ସେଇ ଧନ ଗୋଟେ ଘାଆକୁ ନିଅଣ୍ଟ ହୋଇପାରେ ।
ଦୁନିଆଁର ସବୁଠାରୁ Expensive ଜିନିଷ ଲୁହ ହୋଇଥାଏ, ଯେଉଁଥିରେ 1% ପାଣି ଆଉ 99% Feelings ଲୁଚିକରି ଥାଏ । ଯେଉଁଟା କି କାହାକୁ ଦେଖା ହିଁ ଯାଏନି ।
ଅତି ସୁନ୍ଦର ପାଇଁ ସୀତା ହରଣ ହୋଇଥିଲେ, ଅତି ଗର୍ବ ପାଇଁ ରାବଣ ଧୟୋଂଶ ହେଇଥିଲା । ଅତି ଦାନ ପାଇଁ ରାଜା ହରିଶ୍ଚନ୍ଦ୍ର ଭିକାରି ହେଇଥିଲେ….
ସୁତରାଂ
*ଜୀବନରେ ଅତି ଜିନିଷ ସର୍ବଦା କ୍ଷତିକାରକ ହେଇଥାଏ….
ଓଁ ଶ୍ରୀଶ୍ରୀ ଜଗନ୍ନାଥ ଶରଣଂ
ଅଦ୍ୟ ଅଗଷ୍ଟ ମାସ ୨୪ ତାରିଖ ୨୦୨୪ ମସିହା(ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଭାଦ୍ରବ ମାସ- କୃଷ୍ଣପକ୍ଷ
ତିଥି- ପଞ୍ଚମୀ ଦିବା ଘ ୦୮/୦୧ ଗତେ ଷଷ୍ଠୀ
ନକ୍ଷତ୍ର- ଅଶ୍ଵିନୀ ସନ୍ଧ୍ୟା ଘ୦୬/୫୪ ଗତେ ଦ୍ଵିଜା
ଚନ୍ଦ୍ର-ମେଷ
ଯୋଗ- ଗଣ୍ଡ
କରଣ – ତୈତିଳ
ସୌରମାସ- ସିଂହ ୦୯ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୩୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୪୨
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୦୮/୦୧ ଗତେ ପଶ୍ଚିମେ
ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ , ସିଂହ ଓ କନ୍ୟା ରାଶି ର ଘାତବାର
ମେଷ ରାଶିର ଘାତଚନ୍ଦ୍ର
✧═════•❁❀❁•═══
କାଳବେଳା-ଦିବା ଘ୦୭/୦୮ ମଧ୍ୟେ ଓ ଦିବା ଘ୦୪/୦୭ ଗତେ ଘ୦୬/୦୨ ମଧ୍ୟେ
ବାରବେଳା – ଦିବା ଘ୦୧/୧୯ ଗତେ ଘ୦୨/୫୫ ମଧ୍ୟେ
ଅଦ୍ୟ ମୃତେ ଏକ ପାଦ ପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୯/୩୩ ଗତେ ଘ୨୨/୪୩ ମଧ୍ୟେ ଓ ରାତ୍ରି ଘ୦୮/୨୫ ଗତେ ଘ୧୦/୫୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ବେଲ ଦିବା ଘ୦୮/୧ ଗତେ ନିମ୍ବ ଭକ୍ଷଣ ନିଷେଧ
✧═════•❁❀❁•═════✧
ଆଜିର ରାଶିଫଳ*
✧═════•❁❀❁•═════✧
ମେଷ
:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।*
✧═════•❁❀❁•═════✧
ବୃଷ
: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।*
✧═════•❁❀❁•═════✧
ମିଥୁନ
: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।*
✧═════•❁❀❁•═════✧
କର୍କଟ
: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।*
✧═════•❁❀❁•═════✧
ସି˚ହ
: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।*
✧═════•❁❀❁•═════✧
କନ୍ୟା
: ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।*
✧═════•❁❀❁•═════✧
ତୁଳା
: ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।*
✧═════•❁❀❁•═════✧
ବିଛା
: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।*
✧═════•❁❀❁•═════✧
ଧନୁ
: ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।*
✧═════•❁❀❁•═════✧
ମକର
: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।*
✧═════•❁❀❁•═════✧
କୁମ୍ଭ
: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।*
✧═════•❁❀❁•═════✧
ମୀନ
: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।