30.1 C
Bhubaneswar
Friday, February 13, 2026
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କଷ୍ଟର ମୂଲ୍ୟ ସେମାନଙ୍କୁ ପଚାରନ୍ତ,
ଯିଏ ପ୍ରତ୍ୟେକଦିନ ମୁଠାଏ “ଭାତ” ପାଇବାର
ସ୍ୱପ୍ନ ଦେଖନ୍ତି ।।

ଅନ୍ୟକୁ ବଦଳେଇବା ପାଇଁ ବାରମ୍ବାର ଚେଷ୍ଟାକରି ବିଫଳ ହେବା ଅପେକ୍ଷା ନିଜକୁ ବଦଳେଇ ଦେବା ଭଲ ଅଭ୍ୟାସ ।।

“ସଫଳ ହେବାପାଇଁ ଭଲ ବନ୍ଧୁ ର ଆବଶ୍ୟକତା ହୋଇଥାଏ,
“ଏବଂ “

ଅତ୍ୟଧିକ ସଫଳତା ପାଇବା ପାଇଁ ଶତ୍ରୁର ମଧ୍ୟ ଆବଶ୍ୟକତା ହୋଇଥାଏ

କେବଳ ସାପ ନୁହେଁ କିଛି ମଣିଷ ବି ବିଷାକ୍ତ ହୋଇଥାନ୍ତି, ସାପକୁ ତ ଦୂରରୁ ଚିହ୍ନି ହୁଏ କିନ୍ତୁ ବିଷାକ୍ତ ମଣିଷକୁ ଚିହ୍ନିବା ବହୁତ କଷ୍ଟ ।।

ସମସ୍ତଙ୍କ ଜୀବନରେ କିଛି Special ମଣିଷ ଥାଆନ୍ତି, ଆଉ ସେହି Special ମଣିଷ ମାନେ ହିଁ ସବୁବେଳ Special କଷ୍ଟ ଦେଇଥାନ୍ତି ।।
.
ଏଇ ସ୍ଵାର୍ଥପର ଦୁନିଆଁରେ ସବୁ
ଦେଖନ୍ତି ନିଜର ସ୍ବାର୍ଥ,
ସରିଗଲେ ସ୍ବାର୍ଥ ରକ୍ତ ସମ୍ପର୍କ ବି
ହୋଇଯାଏ ଏଠି ତୁଚ୍ଛ ।

ବିଶ୍ୱାସଟିକୁ ରକ୍ଷା କରିବା ଶିଖନ୍ତୁ କାରଣ ବିଶ୍ୱାସ ଭାଙ୍ଗି ଗଲେ ସତ କଥା ଗୁଡ଼ାକ ବି ମିଛ ବୋଲି ମନେ ହୁଏ ।

ସଫଳ ବ୍ୟକ୍ତି ନିଜ ନିଷ୍ପତ୍ତିରେ ଦୁନିଆଁ ବଦଳାଇ ଦେଇଥାଏ, ହେଲେ ଅସଫଳ ବ୍ୟକ୍ତି ଦୁନିଆଁ ଡରରେ ନିଜ ନିଷ୍ପତ୍ତି ବଦଳାଇ ଦିଏ ।

ନିଜ ଖୁସିକୁ କେବେ ଅନ୍ୟ ହାତରେ ଦିଅନ୍ତୁ ନାହିଁ କାରଣ ଆଜିର ମଣିଷ ଖେଳନାରେ ନୁହେଁ ଅନ୍ୟର Feelings ସହ ଖେଳିବାକୁ ବେଶ୍ ଭଲ ପାଆନ୍ତି ।
ସମ୍ମାନ କିଏ ଦେଉବା ନଦେଉ ସେଥିରେ କିଛି ଯାଏ ଆସେ ନାହିଁ….

ନିଜର କର୍ତ୍ତବ୍ୟ କରିଚାଲନ୍ତୁ ସମୟ ତାର ସଠିକ୍ ଜବାବ ଦେବ….

ଅଦ୍ୟ ଜୁଲାଇ ମାସ ୦୭ ତାରିଖ ୨୦୨୪ ମସିହା(ରବିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଆଷାଢ଼ ମାସ- ଶୁକ୍ଳପକ୍ଷ
ତିଥି- ଦ୍ଵିତୀୟା ରାତ୍ରି ଘ ୦୪/୫୦ ଗତେ ତୃତୀୟା
ନକ୍ଷତ୍ର- ପୁନର୍ବସୁ ପ୍ରାତଃ ଘ ୦୫/୨୫ ଗତେ ପୁଷ୍ୟା
ଚନ୍ଦ୍ର-କର୍କଟ
ଯୋଗ- ହର୍ଷଣ
କରଣ – ବାଳବ
ସୌରମାସ- ମିଥୁନ ୨୩ ଦିନ
ଅଦ୍ୟ ଶ୍ରୀ ଗୁଣ୍ଡିଚା
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୪୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୫
*✧═════•❁❀
ଯୋଗିନୀ ଉତ୍ତରେ ରାତ୍ରି ଘ ୦୪/୫୦ଗତେ ଅଗ୍ନିକୋଣେ
ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମେଷ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୧୦/୧୨ ଗତେ ଘ ୦୧/୨୮ ମଧ୍ୟେ
ଅଦ୍ୟ ମୃତେ ପ୍ରାତଃ ଘ ୦୫/୨୫ ଗତେ ଦ୍ଵିପାଦ ଓ ରାତ୍ରି ଘ ୦୪/୫୦ ଗତେ ଏକପାଦ ପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୪ ଗତେ ଘ୦୯/୦୮ମଧ୍ୟେ ଓ ଘ୦୧/୨୯ ଗତେ ଘ୦୨/୦୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୪୨ଗତେ ଘ୦୪/୩୦ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବୋଇତିକଖାରୁ ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════✧
ବୃଷ:
ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।*
✧═════•❁❀❁•═════✧
ମିଥୁନ:
ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
✧═════•❁❀❁•═════✧
କର୍କଟ:
ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।*
✧═════•❁❀❁•═════✧
ସି˚ହ:
ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।*
✧═════•❁❀❁•═════✧
କନ୍ୟା:
ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।*
✧═════•❁❀❁•═════✧
ତୁଳା:
ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।*
✧═════•❁❀❁•═════✧
ବିଛା:
କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।*
✧═════•❁❀❁•═════✧
ଧନୁ:
ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।*
✧═════•❁❀❁•═════✧
ମକର:
ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════✧
କୁମ୍ଭ:
ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।*
✧═════•❁❀❁•═════✧
ମୀନ:
ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking