ଭୁବନେଶ୍ୱର : ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବର୍ଷିଲା ବିଜେଡି । ସରକାରଙ୍କୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମାଲୋଚନା କରିଛନ୍ତି । ଆଜିର ଘଟଣା ଶାନ୍ତିପ୍ରିୟ ଓଡିଶା ପାଇଁ ଶୁଭ ସୂଚନା ନୁହେଁ । ଆଗରୁ କେବେ ହେଉନଥିଲା ଯାହା ଏବେ ହେଉଛି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଯେତେବଳେ ଆମେ ପ୍ରବାସୀଙ୍କୁ ଆମେ ସ୍ୱାଗତ କରୁଛୁ , ସେହି ସମୟରେ ଏପରି ଘଟଣା ଘଟୁଛି । ସେ ଆହୁରି କହିଛନ୍ତି, ଭୁବନେଶ୍ୱରରେ ଯଦି ଏପରି ଘଟଣା ତେବେ ରାଜ୍ୟର ଅବସ୍ଥା କଣ । ଆଇନ କାନୁନ ଓଡିଶାରେ ନାହିଁ କହିଛନ୍ତି ରଣେନ୍ଦ୍ର ।