31.1 C
Bhubaneswar
Saturday, March 21, 2026
Homeଓଡିଶାଅମାନିଆ ସାବଧାନ! ଆଜିଠୁ କଡାକଡି ହେବ ଚେକିଂ

ଅମାନିଆ ସାବଧାନ! ଆଜିଠୁ କଡାକଡି ହେବ ଚେକିଂ

ଭୁବନେଶ୍ୱର: ଆଜିଠୁ ଅମାନିଆଙ୍କ ଉପରେ ବାଜିବ ଛାଟ। କଡାକଡି ହେବ ଯାଂଚ। ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ। ଆଜି ଠାରୁ ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍। ଓଡ଼ିଶା ପରିବହନ ବିଭାଗ ଏବଂ ପୁଲିସ ମିଳିତ ଭାବେ ଏହି ସ୍ପେଶାଲ ଡ୍ରାଇଭ୍ କରିବେ।କେବଳ କଡ଼ାକଡ଼ି ଚେକିଂ ନୁହେଁ ସଡ଼କ ସୁରକ୍ଷା ନିୟମ ପାଳନ କରାଇବା ଓ ଜନସଚେତନତା କରାଯିବ। ଓଭରସ୍ପିଡିଂ, ଡ୍ରଙ୍କ ଆଣ୍ଡ ଡ୍ରାଇଭ, ହେଲମେଟ୍ ନ ପିନ୍ଧିବା, ଓଭରଲୋଡିଂ ଡ୍ରାଇଭିଂ ଲାଇସେନ୍ସ, RC, PUC କାଗଜପତ୍ର ଏବଂ ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅଭିଯାନ ରାଜ୍ୟର ସମସ୍ତ ଆରଟିଓ ଓ ପୋଲିସ ସହଯୋଗରେ ଚାଲିବ। ଯଦି ଆପଣ ଗାଡ଼ି ଚଳାଉଛନ୍ତି, ତେବେ ସମସ୍ତ କାଗଜପତ୍ର ଠିକ୍ ରଖନ୍ତୁ, ହେଲମେଟ୍/ସିଟ୍ ବେଲ୍ଟ୍ ବ୍ୟବହାର କରନ୍ତୁ ଓ ନିୟମ ମାନନ୍ତୁ ନହେଲେ ଜରିମାନା ଲାଗିପାରେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking