ସକାଳରେ ସୂର୍ଯ୍ୟୋଦୟ ସହିତ ଆଜିର ସ୍ବପ୍ନ ଖୋଲନ୍ତୁ,ହୃଦୟର କଥା କହିଦିଅନ୍ତୁ… କିଏ ଜାଣେ,କିଏ ଦେଖୁଛି ନା ଶୁଣୁଛି?
ଅତୀତ ଆଉ ଭବିଷ୍ୟତ ଦୁଇଟା ହିଁ ଅଦ୍ଭୁତ! ଅତୀତକୁ ଫେରି ପାଇବେ ନାହିଁ ଆଉ ଭବିଷ୍ୟତକୁ ଦେଖିପାରିବେ ନାହିଁ। ଅଥଚ ମଣିଷ ଅତୀତକୁ ନେଇ କଷ୍ଟ ପାଏ,ଭବିଷ୍ୟତ କୁ ନେଇ ଚିନ୍ତା କରେ ଆଉ ବର୍ତ୍ତମାନକୁ ହସ – ଖୁସିରେ କାଟିବାକୁ ଭୁଲିଯାଏ।
ଗୋଟିଏ ମଣିଷ ସେତେବେଳେ ଅଧିକ ତା ଯନ୍ତ୍ରଣା ପାଇଥାଏ ଯେତେବେଳେ ତା କଥା ଶୁଣିବାକୁ କାହା ପାଖରେ ସମୟ ନଥାଏ ଆଉ ଯେତେବେଳେ ସେ ଚାହିଁଲେ ମଧ୍ଯ ତା ଦୁଃଖର କାରଣ କାହା ଆଗରେ କହି ପାରୁ ନଥାଏ।
ଏହା ନିରାଟ ସତ୍ୟ ଯେ ଯେଉଁଠି ଦୟା ଥାଏ ସେଇଠି ଧର୍ମ ନିଶ୍ଚୟ ଥାଏ, ଆଉ ଯେଉଁଠି ଲୋଭ ଥାଏ ସେଇଠି ପାପ ନିଶ୍ଚୟ ଥାଏ,ଯେଉଁଠି କ୍ରୋଧ ଥାଏ ସେଇଠି ସର୍ବନାଶ ନିହାତି ହୋଇଥାଏ ଆଉ ଯେଉଁଠି କ୍ଷମା ଥାଏ ସେଇଠି ନିଶ୍ଚୟ ଭଗବାନଙ୍କ ବାସ ଥାଏ।*
ସ୍ବାର୍ଥରେ ପାଗଳ ଏ ସାରା ଦୁନିଆ ଜଗି ରଖି ପାଦ ଥୁଅ, ସ୍ବାର୍ଥ ସରିଗଲେ ତଣ୍ଟି କାଟି ଦେବେ ମୁଖା ପିନ୍ଧା ସବୁ ମୁହଁ !!”
“ନିଜ ପାଖରେ ଯେତେ ଜ୍ଞାନ କିମ୍ବା ଦକ୍ଷତା ଥିଲେ ସୁଦ୍ଧା ଯଦି ଆପଣଙ୍କ ପାଖରେ ସାହସ ନାହିଁ ତେବେ ଆପଣ କୌଣସି କାର୍ଯ୍ୟରେ ସଫଳତା ହାସଲ କରି ପାରିବେ ନାହିଁ. ତେଣୁ କାମ କରିବା ପୂର୍ବରୁ ପ୍ରଥମେ ନିଜ ସାହସକୁ ଏକଜୁଟ କରି କାମ ଆରମ୍ଭ କରନ୍ତୁ !!”
“ନିଜର କଳ୍ପନା ଶକ୍ତିକୁ ବ୍ୟବହାର କରି ଜୀବନକୁ ପରିବର୍ତ୍ତନ କରିବାର କ୍ଷମତା ଆମର ଅଛି | କଳ୍ପନା ଏକ ମାଂସପେଶୀ ଭଳି ଏହାକୁ ଯେତେ ଅଧିକ ବ୍ୟବହାର କରିବ ସେ ସେତେ ଅଧିକ ଶକ୍ତିଶାଳୀ ହେବ . କିନ୍ତୁ ତାକୁ ଉଚିତ୍ ମାର୍ଗରେ ବ୍ୟବହାର କରନ୍ତୁ ଭବିଷ୍ୟତ ଆନନ୍ଦମୟ ହେବ !!”
“ଏମିତି କିଛି ପ୍ରଶ୍ନ ଥାଏ ଯାହାର ଉତ୍ତର କେବେବି ମିଳି ନଥାଏ. ଏମିତି କିଛି ଭୁଲ୍ ଥାଏ ଯାହାର କ୍ଷମା ସହଜରେ ମିଳି ନଥାଏ. ଆଉ ଏମିତି କିଛି କଷ୍ଟ ଥାଏ ଯାହା କାହାକୁ କହି ହୋଇ ନଥାଏ !!”
ନୌକା ଜଳରେ ରହିପାରେ, କିନ୍ତୁ ନୌକା ମଧ୍ୟରେ ଜଳ ରହିବା ଅନୁଚିତ l ସେଇଭଳି ଭାବରେ ସାଧକ ସଂସାରରେ ରହୁ କିନ୍ତୁ ସଂସାରର ମାୟା ମୋହ ସାଧକ ଭିତରେ ନ ଥାଏ
ଯିଏ ଯେତେ ବି ଚାଲାକ୍ ଚତୁର ହୋଇ ଭୁଲ୍ କଲେ ମଧ୍ୟ ଧର୍ମ ହାତରୁ ଖସି ଯିବାର କୌଣସି ଉପାୟ ନାହିଁ କାରଣ କର୍ମ କାହାରିକୁ କ୍ଷମା କରେନାହିଁ ll
ନିଜ ପାଖରେ ଯେତେ ଜ୍ଞାନ କିମ୍ବା ଦକ୍ଷତା ଥିଲେ ସୁଦ୍ଧା ଯଦି ଆପଣଙ୍କ ପାଖରେ ସାହସ ନାହିଁ ତେବେ ଆପଣ କୌଣସି କାର୍ଯ୍ୟରେ ସଫଳତା ହାସଲ କରି ପାରିବେ ନାହିଁ । ତେଣୁ କାମ କରିବା ପୂର୍ବରୁ ପ୍ରଥମେ ନିଜ ସାହସକୁ ଏକଜୁଟ କରି କାମ ଆରମ୍ଭ କରନ୍ତୁ ll
ତୁମ ଯନ୍ତ୍ରଣାର କାରଣ କିଛି ବି ହେଇଥାଉ ନା କାହିଁକି କିନ୍ତୁ ସେହି କାରଣରୁ ଅନ୍ୟର କ୍ଷତି କରନ୍ତୁ ନାହିଁ ll
ନିଜର କଳ୍ପନା ଶକ୍ତିକୁ ବ୍ୟବହାର କରି ଜୀବନକୁ ପରିବର୍ତ୍ତନ କରିବାର କ୍ଷମତା ଆମର ଅଛି । କଳ୍ପନା ଏକ ମାଂସପେଶୀ ଭଳି… ଏହାକୁ ଯେତେ ଅଧିକ ବ୍ୟବହାର କରିବ ସେ ସେତେ ଅଧିକ ଶକ୍ତିଶାଳୀ ହେବ , କିନ୍ତୁ ତାକୁ ଉଚିତ୍ ମାର୍ଗରେ ବ୍ୟବହାର କରନ୍ତୁ ଭବିଷ୍ୟତ ଆନନ୍ଦମୟ ହେବ ll
ମଣିଷ ସବୁ କିଛି ଭୁଲିଯାଇ ପାରିବ କିନ୍ତୁ ସେଇ କଥାକୁ କେବେ ଭୁଲି ପାରିବ ନାହିଁ ଯେତେବେଳେ ତା’ର ନିଜର ଲୋକ ମାନଙ୍କର ଆବଶ୍ୟକତା ଥିଲା ଆଉ ସେମାନେ ପାଖରେ ନଥିଲେll
ଯେଉଁ ବ୍ୟକ୍ତି ନିଜର ବିଦ୍ୟା,ଧନ,ଶକ୍ତି ସ୍ୱୟଂ ସମାଜସେବା ଓ ସମାଜର ମଙ୍ଗଳରେ ଲଗାଇଥାଏ, ତାହାର ସମସ୍ତେ ଧ୍ୟାନ ରଖିଥାନ୍ତି ଓ ସେ ବ୍ୟକ୍ତି ସର୍ବଦା ମାନ-ସମ୍ମାନ ପାଇଥାଏ ଯେ ନିଜ ବିଦ୍ୟା,ଧନ,ଶକ୍ତି ସ୍ଵାର୍ଥ ବଶବର୍ତ୍ତୀ ହୋଇ ଲୁଚାଇଥାଏ,କାହାକୁ ସାହାଯ୍ୟ କରିବାକୁ ମୁହଁ ମୋଡିଥାଏ,ତାର ଚେର ସହିତ ସବୁ ଉପୁଡି ଯାଇଥାଏ ଅର୍ଥାତ ସମୟ ଥିବା ସତ୍ତ୍ବେ ଲୋକେ ତାକୁ ଭୁଲିଯାଇଥାନ୍ତି।
ଆମେ ଭଲ କିମ୍ବା ଖରାପ୍ ଯେକୌଣସି କର୍ମ କଲେ,ତାହାର ଫଳ ଆମକୁ ହିଁ ଭୋଗ କରିବାକୁ ପଡିଥାଏ।ତେଣୁ କର୍ମ କରିବା ପୂର୍ବରୁ ଭଲ ଭାବରେ ବିଚାର କରିବା ଉଚିତ୍l ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭାବ ତୁମେ
ଅଦ୍ୟ ଅଗଷ୍ଟ ମାସ ୨୧ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ମାସ- କୃଷ୍ଣପକ୍ଷ
ତିଥି- ତ୍ରୟୋଦଶୀ ଦିବା ଘ୦୧/୧୨ ଗତେ ଚତୁର୍ଦ୍ଦଶୀ
ନକ୍ଷତ୍ର- ପୂଷ୍ୟା ରାତ୍ରି ଘ୦୧/୧୦ ଗତେ ଅଶ୍ଳେଷା
ଚନ୍ଦ୍ର- କର୍କଟ
ଯୋଗ- ବ୍ୟତିପାତ
କରଣ – ବାଣିଜ୍ୟ
ସୌରମାସ- ସିଂହ ୦୫ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୦୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୨୨
*✧═════•❁❀
ଯୋଗିନୀ ଦକ୍ଷିଣେ ଦିବା ଘ୦୧/୧୧ ଗତେ ପଶ୍ଚିମେ
ତୁଳା ଓ କୁମ୍ଭ ରାଶିର ଘାତବାର
ତ୍ରୟୋଦଶୀ ଏକୋଦିଷ୍ଟ ଓ ଚତୁର୍ଦ୍ଦଶୀ ର ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୨/୪୬ଗତେ ଘ୦୬/୦୯ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ ୦୧/୧୨ଗତେ ଘ୦୩/୩୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୭/୧୩ ମଧ୍ୟେ ଓ ଘ୧୦/୧୫ ଗତେ ଘ୧୨/୪୦ ମଧ୍ୟେ═✧══•❁❀❁•═*═══
ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
:ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।
✧═════•❁❀❁•═════
ବୃଷ
ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
✧═════•❁❀❁•═════
ମିଥୁନ
ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।
✧═════•❁❀❁•═════
କର୍କଟ
ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════
ସି˚ହ
: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
✧═════•❁❀❁•═════
କନ୍ୟା
ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
✧═════•❁❀❁•═════
ତୁଳା
ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
═════•❁❀❁•═════
ବିଛା
: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
✧═════•❁❀❁•═════
ଧନୁ
: ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
✧═════•❁❀❁•═════
ମକର
: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।
✧═════•❁❀❁•═════
କୁମ୍ଭ
ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
✧═════•❁❀❁•═════
ମୀନ
:ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।










