28.1 C
Bhubaneswar
Wednesday, August 13, 2025
Homeଦେଶ ବିଦେଶଅଜବ ଘଟଣା: ଇଣ୍ଟରନେଟ୍‌ ଦେଖି ପରିବାର ପାଲଟିଲା ନକଲି ଦନ୍ତ ଚିକିତ୍ସକ

ଅଜବ ଘଟଣା: ଇଣ୍ଟରନେଟ୍‌ ଦେଖି ପରିବାର ପାଲଟିଲା ନକଲି ଦନ୍ତ ଚିକିତ୍ସକ

ନୂଆଦିଲ୍ଲୀ : ଚେକ୍‌ ଗଣରାଜ୍ୟରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ପୂରା ପରିବାର ଇଣ୍ଟରନେଟ୍‌ରୁ ଭିଡିଓ ଦେଖି ନକଲି ଦନ୍ତ ଚିକିତ୍ସକ ପାଲଟି ଯାଇଥିଲା । ପରିବାରରେ ୪୪ ବର୍ଷୀୟ ବାପା, ୫୦ ବର୍ଷୀୟ ମା’ ଓ ଜଣେ ୨୨ ବର୍ଷୀୟ ପୁଅ ଅଛନ୍ତି । ଦୁଇ ବର୍ଷ ପୂର୍ବରୁ ଏହି ପରିବାର ନିଜ ଘରେ ବିନା ଲାଇସେନ୍ସରେ ଏକ ଦନ୍ତ ଚିକିତ୍ସା କ୍ଲିନିକ୍‌ ବି ଖୋଲିଥିଲା । ସେଥିରେ ପୁଅ ଜଣକ ଦନ୍ତ ଚିକିତ୍ସକ ଭୂମିକା ତୁଲାଉଥିଲେ । ଇଣ୍ଟରନେଟ୍‌ରୁ ଶିଖିଥିବା ପଦ୍ଧତି ଅନୁସାରେ ରୋଗୀଙ୍କର ଚିକିତ୍ସା କରୁଥିଲେ । ଆନେସ୍ଥେସିଆ ଦେଇ ଦାନ୍ତ ଉପାଡି଼ବା, ରୁଟ୍‌ କେନାଲ ଓ ଅସ୍ତ୍ରୋପଚାର ପ୍ରଭୃତି ସେ କରୁଥିଲେ । ତାଙ୍କ ମା’ ପୂର୍ବରୁ ସ୍ୱାସ୍ଥ୍ୟସେବା ଇଣ୍ଡଷ୍ଟ୍ରି ସହିତ ଯୋଡି଼ ହୋଇଥିବାରୁ ଇଞ୍ଜେକ୍ସନ୍‌ ଦେବା, ଦାନ୍ତ ଫିଲିଂ, ସଫା କରିବା ଇତ୍ୟାଦି ଦାୟିତ୍ୱ ନେଇଥିଲେ । ବାପା ନକଲି ଦାନ୍ତ ବନାଇବା କାମ କରୁଥିଲେ ।

ସେମାନଙ୍କର ବ୍ୟବସାୟ ଏତେ ଭଲ ଚାଲୁଥିଲା ଯେ ଦୁଇ ବର୍ଷ ମଧ୍ୟରେ ସେମାନେ ପ୍ରାୟ ୧.୫ କୋଟି ଟଙ୍କା ରୋଜଗାର କରିଥିଲେ । ତେବେ ଚଳିତମାସ ୩ ଜଣଙ୍କୁ ଗିରଫ କରାଯାଇଛି । ପୁଲିସ ସେମାନଙ୍କ ବିରୋଧରେ ବେଆଇନ ବ୍ୟବସାୟ ଚଳାଇବା, ମନି ଲଣ୍ଡରିଂ ଭଳି ଅଭିଯୋଗ ଆଣିଛି । ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମସ୍ତଙ୍କୁ ୮ ବର୍ଷ ଲେଖାଏଁ ଜେଲ୍‌ ହୋଇପାରେ । ସୂଚନାଥାଉକି, ଚେକ୍‌ ରିପବ୍ଲିକ୍‌ରେ ଦନ୍ତ ଚିକିତ୍ସକଙ୍କର ଘୋର ଅଭାବ ରହିଛି । ଏଭଳିସ୍ଥିତିକୁ ଦେଖି ୨୦୨୪ରେ ସେଠାକାର ସରକାର ଏକ ଆଇନ ପାସ୍‌ କରିଥିଲେ । ସେଥିରେ ୟୁରୋପୀୟ ୟୁନିୟନ୍‌ ବାହାରର ଦନ୍ତ ଚିକିତ୍ସକ ବି ସେଠାରେ କାମ କରିପାରିବେ ବୋଲି କୁହାଯାଇଥିଲା । କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ସେଠାରେ ଏବେ ଦାନ୍ତ ଡାକ୍ତରଙ୍କର ଅଭାବ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking