30.1 C
Bhubaneswar
Monday, August 15, 2022
Homeଦେଶ ବିଦେଶନ୍ୟୁଜ ଆଙ୍କର ହେଲେ ଗାଁ ସରପଞ୍ଚ

ନ୍ୟୁଜ ଆଙ୍କର ହେଲେ ଗାଁ ସରପଞ୍ଚ

ଉଜୈନ : ମଧ୍ୟ ପ୍ରଦେଶ ଉଜୈନ ଜିଲ୍ଲାରେ ଲକ୍ଷିକା ଡାଗର ନିଜ ଗାଁର ସରପଞ୍ଚ ହେଲେ । ଲକ୍ଷିକାଙ୍କ ବୟସ ୨୧ ବର୍ଷ । ଚିନ୍ତାମନ ଜବାସିଆ ପଂଚାୟତ ରେ ୪୮୭ ଭୋଟରେ ସରପଂଚ ଭାବରେ ବିଜୟୀ ହୋଇଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ତାଙ୍କୁ ବିଜୟର ପ୍ରମାଣ ପତ୍ର ଦେଇ ନାହାନ୍ତି । ଏବେ ତାଙ୍କ ଗାଁରେ ଖୁସିର ଲହରି ଖେଳି ଯାଇଛି । ଉଜୈନ ଜିଲ୍ଲା ତହସିଲ ଏବଂ ଗ୍ରାମ ପଞ୍ଚାୟତ ଚିନ୍ତାମନ ଜବାସିୟା ନିବାସୀ ଦିଲ୍ଲୀପ ଡାଗର ଜିଲ୍ଲା ସହକାରୀ କେନ୍ଦ୍ରୀୟ ବ୍ୟାଙ୍କ ରେ ରିଜିଓନାଲ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି । ଦିଲ୍ଲୀପ ଡାଗରଙ୍କ ଝିଅ ହେଉଛନ୍ତି ଲକ୍ଷିକା ।ଲକ୍ଷିକା ୮ ଜଣ ମହିଳା ପ୍ରତିଦ୍ୱନ୍ଦୀ ଙ୍କୁ ପଛରେ ପକାଇ ବିଜୟ ଲାଭ କରିଛନ୍ତି । ଲକ୍ଷିକା ଭାରତୀୟ ଇନଷ୍ଟିଚ୍ୟୁଟ ଅଫ ପ୍ରଫେଶନାଲ ଷ୍ଟଡିଜରେ ସାମ୍ବାଦିକତା ପାଠ ଅଧୟନ କରିଛନ୍ତି । ରେଡିଓ ଦସ୍ତକ ୯୦.୮ ଏଫଏମ ରେ ରେଡିଓ ଜକି ଭାବେ କାର୍ଯ୍ୟ କରିଛନ୍ତି । ସ୍ଥାନୀୟ ଏକ ନ୍ୟୁଜ ଚ୍ୟାନେଲ ରେ ମଧ୍ୟ ନ୍ୟୁଜ ଆଙ୍କର ଭାବେ କାମ କରିଛନ୍ତି । ଲକ୍ଷିକା ନିଜ ବିଜୟ ଲାଭ ପରେ କହିଛନ୍ତି କି , ମୋର ବିଜୟ ସମସ୍ତଙ୍କର ବିଜୟ । କୃଷକଙ୍କ ସମସ୍ୟାକୁ ପ୍ରଥମେ ପ୍ରାଧାନ୍ୟ ଦେବୀ । ସୂଚନା ଅନୁଯାୟୀ, ମଧ୍ୟ ପ୍ରଦେଶ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ୨୫ ଜୁନ ରେ ଶେଷ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking