31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶବିବାହରେ କନ୍ୟାଙ୍କୁ ଏପରି ଉପହାର ଦେଲେ ଭାଇ, ଜାଣନ୍ତୁ..

ବିବାହରେ କନ୍ୟାଙ୍କୁ ଏପରି ଉପହାର ଦେଲେ ଭାଇ, ଜାଣନ୍ତୁ..

ନୂଆଦିଲ୍ଲୀ : ଗୋଟେ ପଟେ ଭାଇ ଭଉଣୀ ଉଭୟଙ୍କ ଭିତରେ ଝଗଡା ଲାଗୁଥିବା ବେଳେ ଅନ୍ୟ ପଟେ ସେମାନଙ୍କ ଭିତରେ ଥାଏ ଭଲ ପାଇବା । ତେବେ ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ । ଭଉଣୀର ବିବାହରେ ଜଣେ ଭାଇ ଏମିତି ଏକ ଉପହାର ର ଯୋଜନା କରିଥିଲେ । ଯାହାକି ସମସ୍ତ ଙ୍କ ମନକୁ କିଣି ନେଇଥିଲା । କନ୍ୟାଙ୍କ ପିତାଙ୍କର କରୋନା ରେ ମୃତ୍ୟୁ ହୋଇଯାଇଥିଲା । ଆଉ ବିବାହ ସମୟରେ ନିଜ ପିତାଙ୍କ ଅନୁପସ୍ଥିତି କୁ ଅନୁଭବ କରୁଥିଲେ କନ୍ୟା । କିନ୍ତୁ କନ୍ୟାଙ୍କ ଭାଇ ତାଙ୍କର ପିତାଙ୍କ ଅନୁପସ୍ଥିତି କୁ ପୂରଣ କରିଛନ୍ତି । କନ୍ୟାଙ୍କ ପିତାଙ୍କ ପରି ଦେଖାଯାଉଥିବା ମୋମୋର ପୁଟୁଳାକୁ ( ୱାକ୍ସ ଷ୍ଟାଚ୍ୟୁ ) ବିବାହ କାର୍ଯ୍ୟକ୍ରମରେ ଆଣିଥିଲେ । କନ୍ୟା ତାଙ୍କ ପିତାଙ୍କ ଷ୍ଟାଚ୍ୟୁକୁ ଦେଖିବା ପରେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । କନ୍ୟା ଙ୍କ ଭାଇଙ୍କର ଏପରି ଉପହାର କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking