ନୂଆଦିଲ୍ଲୀ: ଆପଣମାନେ ନିଶ୍ଚୟ ଦୁନିଆର ସବୁଠାରୁ ଦାମୀ ଫୁଲ ବିଷୟରେ ଶୁଣିଥିବେ । କିନ୍ତୁ ଆଜି ଆମେ ଏପରି ୫ଟି ଫୁଲ ବିଷୟରେ କହିବାକୁ ଯାହା ଶୁଣି ଆପଣଙ୍କୁ ଆପଣଙ୍କ ନିଜ ଜମି ବିକ୍ରି କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସେହି ୫ଟି ଫୁଲ ବିଷୟରେ..
ସେନଜେନ୍ ନାଙ୍ଗକେ ଅରଚିଡ୍: ଏହି ଫୁଲକୁ ଦୁପିଆର ସବୁଠାରୁ ଦାମୀ ଫୁଲ ବୋଲି ବିଶ୍ୱାସ କରାଯାଏ । ଏହି ଫୁଲ ଦେଖିବାକୁ ବହୁତ ସୁନ୍ଦର କିନ୍ତୁ ଏହି ଫୁଲର ଦାମ ଲକ୍ଷରର ଅଧିକ । ଆପଣଙ୍କ କହିରଖୁଛୁ ୨୦୦୫ ମସିହାରେ ଏହି ଫୁଲର ଦାମ୍ ପାଖାପାଖି ୮୬ ଲକ୍ଷ ଟଙ୍କା ଥିଲା କିନ୍ତୁ ଆଜି ଏହାର ମୂଲ୍ୟ ଏହାର ଦୁଇ ଗୁଣ ।
ସ୍ୟାଫରନ୍ କ୍ରୋକେସ: ଏହି ଫୁଲ ମଧ୍ୟ ଦୁନିଆର ସବୁଠାରୁ ଦାମୀ ଫୁଲ ଲିସ୍ଟରେ ଅଛି । ଏହି ଫୁଲର ଯେତିକି ଦାମ୍ ସେତିକ ପଇସାରେ ଆପଣ ଏକ ଆଇଫୋନ୍ କିଣିପାରିବେ । ଆପଣଙ୍କୁ କହି ରଖୁଛୁ ଏହି ସମୟରେ ବଜାରରେ କେସର ୨ ଲକ୍ଷ କିଲୋ ପାଖାପାଖିରେ ମିଳିଛି ଏମିତିରେ ଆପଣ ଏହି ଫୁଲର ମଧ୍ୟ ମୂଲ୍ୟ ଭାବିପାରୁଥିବେ ।
ଅମୁଲ୍ୟ ଫୁଲ: ଏହି ଫୁଲ ବିଶେଷ କରି ଶ୍ରୀଲଙ୍କାରେ ହୋଇଥାଏ । ଶ୍ରୀଲଙ୍କାରେ ଏହି ଫୁଲକୁ କାଡୁଫୁଲ ନାଁରେ ସମସ୍ତେ ଜାଣିବାକୁ ପାଇଥାନ୍ତି । ଏହା କେବଳ କିଛି ସମୟ ପାଇଁ ଫୁଟିଥାଏ । ଏମିତିରେ ବି ଏହାକୁ କିଣିବା ଲୋକମାନଙ୍କ ପାଇଁ ବହୁତ କଷ୍ଟକର ହୋଇପଡିଥାଏ ।
ତୁଲୀପ: ଏହା ବହୁତ ହି ସୁନ୍ଦର ଏବଂ ଆକର୍ଷଣୀୟ ଫୁଲ ଭିତରେ ଗୋଟିଏ । ଆଉ ଏହା ଦାମୀ ଫୁଲ ଭିତରୁ ଗୋଟିଏ । ପ୍ରଥମେ ତ ଏହି ଫୁଲର ମୂଲ୍ୟ ବହୁତ ଅଧିକ ଥିଲା କିନ୍ତୁ ଏବେ ଯେବେଠାରୁ କାଶ୍ମୀରରେ କୃଷକ ମାନେ ଏହି ଫୁଲକୁ ଚାଷ କରିବା ଆରମ୍ଭ କରିଦେଲେ ତେବେଠାରୁ ଭାରତ ବଜାରେ ଏହି ଫୁଲର ଦାମ୍ ବହୁତ କମ୍ ହୋଇଗଲା । ଏହା ବ୍ୟତିତ ମଧ୍ୟ ତୁଲୀପ ଅନ୍ୟ ଫୁଲମାନଙ୍କଠାରୁ ବହୁତ ହି ଦାମୀରେ ଗଣନା କରାଯାଏ ।
ଗାର୍ଡନୀୟା: ଏହା ସେହି ଫୁଲ ଭିତରୁ ଗୋଟିଏ ଯାହା କିଛି ବିଶେଷ ସମୟରେ ବ୍ୟବହାର କରାଯାଇଥାଏ । ଏହି ଫୁଲର ଦାମ ଏତେ ଯେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବାହାଘର ସମୟରେ ଘର ଓ ବାରଣ୍ଡା ସଜାଇବାକୁ ଏହି ଫୁଲର ବ୍ୟବହାର କରାଯାଇଥାଏ । ବାହାଘର ସିଜିନରେ ଏହି ଫୁଲର ବ୍ୟବହାର ଅଧିକ ହୋଇଥାଏ । କୁହାଯାଏ କି ଏହି ଫୁଲର ଦାମ ପାଖାପାଖି ୧୦୦୦ ରୁ ୧୬୦୦ଟଙ୍କା ହୋଇଥାଏ ।