32.1 C
Bhubaneswar
Thursday, March 28, 2024
Homeଓଡିଶାଜିରୋ ସଂକ୍ରମଣ ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର: କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ଟଳିନଥିବା ବେଳେ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କରୋନା ସମ୍ପର୍କରେ ସମ୍ବୋଧନ କରି କହିଛନ୍ତି, ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ । ଜନତାଙ୍କ ସହଯୋଗରେ ରାଜରେ ଏବେ କରୋନା ନିୟନ୍ତ୍ରଣରେ ରହିଛି । କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ‘ହୁ’ ମଧ୍ୟ ପ୍ରଶଂସା କରିଛି । ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆପଣମାନଙ୍କ ସହଯୋଗରେ କରୋନା ନିୟନ୍ତ୍ରଣରେ ରହିଛି । ଆମର ଦୈନିକ ସଂକ୍ରମଣ ୧୦୦ ତଳକୁ ରହିଛି । ଆମର ପଦକ୍ଷେପକୁ ‘ହୁ’ ପ୍ରଶଂସା କରିଛି । ରୋଗ କ୍ଷେତ୍ରରେ ଅତ୍ମସନ୍ତୋଷ ଠିକ୍ ନୁହେଁ । ବିପଦ ଏବେ ବି ଟଳିନି । କିଛି ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ମହାରାଷ୍ଟ୍ରରେ ପୁଣି ଲକ୍‌ଡାଉନ୍ ଫେରିଛି । କରୋନା ନିୟନ୍ତ୍ରଣରେ ଓଡ଼ିଶା ଭଲ ସ୍ଥିତିରେ ଅଛି ।

ନାକ ଓ ପାଟିରେ ବାରମ୍ବାର ହାତି ମାରିବା ନାହିଁ । ଅନାବଶ୍ୟକ ଥିଲେ ବାହାରେ ବୁଲା ବୁଲା କରିବା ନାହିଁ । ବର୍ତ୍ତମାନ ଟିକାକରଣ ଚାଲିଛି । ଆପଣମାନଙ୍କ ସହଯୋଗ ମୁଁ କାମନା କରୁଛି । କରୋନା ବିରୋଧରେ ଆମର ଲଢ଼େଇରେ ଆମର ବୋହୂ ଯୋଦ୍ଧାଙ୍କୁ ହରାଇଛୁ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍‍ଡାଉନ୍‍ ପୁଣି ଫେରିଛି । ଲକ୍‍ଡାଉନ୍‍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି । ଆମର ଅର୍ଥନୀତି, ଆମର ସାମାଜିକ ଜୀବନ, ପିଲାମାନଙ୍କ ପାଠ ପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି । ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱଭାବିକ ଅବସ୍ଥା ଫେରିଛି । ଆମେ କେହି ଲକ୍‍ଡାଉନ୍‍କୁ ଫେରିବାକୁ ଚାହୁଁ ନାହୁଁ । ଆଉ ଲକ୍‍ଡାଉନ୍‍କୁ ନ ଫେରିବାର ଗୋଟିଏମାତ୍ର ଉପାୟ ହେଉଛି ସତର୍କତା । ଆମେ ସତର୍କ ରହିଲେ ଲକ୍‍ଡାଉନ୍‍ ଭଳି ସ୍ଥିତି ଉପୁଜିବ ନାହିଁ ।

ତେଣୁ ମୋର ଅନୁରୋଧ ଆମେ ସମସ୍ତେ ପୂର୍ବଭଳି କୋଭିଡ଼୍‍ ଗାଇଡ୍‍ଲାଇନ୍‍କୁ କଡ଼ା କଡ଼ି ଭାବରେ ପାଳନ କରିଚାଲିବା । ଏମାନଙ୍କ ପରିବାରେ ଆଖିରୁ ଆଜି ମଧ୍ୟ ଲୁହ ସୁଖି ନାହିଁ । ସେହି ଯୋଦ୍ଧାମାନଙ୍କ ବଳିଦାନଙ୍କୁ ଆମେ କେବେ ହେଲେ ବ୍ୟର୍ଥ ଯିବାକୁ ଦେବା ନାହିଁ । କରୋନା ନିୟମାବଳୀକୁ କଡ଼ାକଡ଼ିଭାବରେ ତଦାରଖ କରିବା ପାଇଁ ମୁଁ ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ ଦେଇଛି । ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ। ଆପଣମାନଙ୍କ ଉପରେ ମୋର ପୂର୍ଣ୍ଣ ଭରଷା ଅଛି । ଆପଣମାନେ ମୋର ଅନୁରୋଧ ରକ୍ଷା କରିବେ ଏବଂ ସତର୍କ ରହିବେ । ଆମେ ସମସ୍ତେ ମିଶି ଜିରୋ ସଂକ୍ରମଣ ଲକ୍ଷ ପୂରଣ କରିପାରିବା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking