32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା

ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ : ଦେଶ ଏବଂ ବିଦେଶରୁ ଥିବା ବିପଦ ଆଶଙ୍କା ଦୃଷ୍ଟିରୁ କେନ୍ଦ୍ର ସରକାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ‘ଜେଡ୍ ପ୍ଲସ୍‌’ ଶ୍ରେଣୀର ସୁରକ୍ଷା ପ୍ରଦାନ କରିଛନ୍ତି । ସୂତ୍ର ଅନୁସାରେ ୪୯ ବର୍ଷୀୟ ମାନ୍‌ଙ୍କୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍‌)ର ଭିଆଇପି ସୁରକ୍ଷା ଟିମ୍ ଦ୍ୱାରା ସୁରକ୍ଷା ଯୋଗାଇ ଦିଆଯିବା ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି । ସିଆର୍‌ପିଏଫ୍ ଖୁବ୍‌ଶୀଘ୍ର ମାନ୍‌ଙ୍କ ସୁରକ୍ଷା ଦାୟିତ୍ୱ ସମ୍ଭାଳିବ ଏବଂ ଏଥିପାଇଁ ୫୫ ସଶସ୍ତ୍ର ଯବନାଙ୍କ ଟିମ୍ ପଠାଇବ ବୋଲି ସୂତ୍ର ପକ୍ଷରୁ କୁହାଯାଇଛି । ପଞ୍ଜାବ ପୁଲିସ ପକ୍ଷରୁ ପ୍ରଦତ୍ତ ସୁରକ୍ଷା ବ୍ୟତୀତ ଜେଡ୍ ପ୍ଲସ୍ ସୁରକ୍ଷା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ କରାଯିବ । ଅଧିକାରୀ ଜଣକ କହିଛନ୍ତି, ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବରେ ଖଲିସ୍ତାନୀ ଗତିବିଧିକୁ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିପଦ ଆଶଙ୍କାର ଆକଳନ ବେଳେ କେନ୍ଦ୍ରୀୟ ଏଜେନ୍ସି ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ମାନ୍‌ଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦେବାକୁ ସୁପାରିସ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking