43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶଗୌତମ ଆଦାନୀଙ୍କୁ ଜେଡ ପ୍ଲସ ସୁରକ୍ଷା, ଗୁପ୍ତଚର ସୂଚନା ଆଧାରରେ ସରକାରଙ୍କ ବଡ ନିଷ୍ପତ୍ତି

ଗୌତମ ଆଦାନୀଙ୍କୁ ଜେଡ ପ୍ଲସ ସୁରକ୍ଷା, ଗୁପ୍ତଚର ସୂଚନା ଆଧାରରେ ସରକାରଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ଆଦାନୀ ଗ୍ରୁପର ଚେୟାରମ୍ୟାନ ତଥା ଏସିଆ ମହାଦେଶର ସବୁଠାରୁ ଧନୀବ୍ୟକ୍ତି ଗୌତମ ଆଦାନୀଙ୍କୁ କେନ୍ଦ୍ର ସରକାର ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ସୂଚନା ମୁତାବକ ଇଣ୍ଟେଲିଜେନ୍ସ ବ୍ୟୁରୋର ସୂଚନା ଆଧାରରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଗୌତମ ଆଦାନୀଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ସବୁଠାରୁ ବଡ କଥା କି ଏହି ଜେଡ ପ୍ଲସ ସୁରକ୍ଷା ପାଇଁ ଯାହା ଖର୍ଚ୍ଚ ହେବ ତାହା ଗୌତମ ଆଦାନୀ ବହନ କରିବେ । କେବଳ ଗୌତମ ଆଦାନୀ ନୁହଁନ୍ତି ଏହା ପୂର୍ବରୁ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ହେଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କୁ ଯୋଗାଇ ଦିଆଯାଇଥିବା ଜେଡ୍ ପ୍ଲସ ସୁରକ୍ଷା ବଳବତ୍ତର ରହିଛି । ଗୌତମ ଆଦାନୀଙ୍କ ଭଳି ମୁକେଶ ଓ ନୀତା ଆମ୍ବାନୀ ମଧ୍ୟ ଏହି ଜେଡପ୍ଲସ ସୁରକ୍ଷାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ଜେଡ ପ୍ଲସ ସୁରକ୍ଷାରେ ମୋଟ ୩୦ ଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking