26.1 C
Bhubaneswar
Wednesday, May 25, 2022
Homeଅପରାଧଶ୍ରୀଲଙ୍କା ନାଗରିକଙ୍କ ହତ୍ୟାକୁ ସମର୍ଥନ କରିଥିବା ପାକିସ୍ତାନୀ ୟୁଟ୍ୟୁବରକୁ ଜେଲଦଣ୍ଡ

ଶ୍ରୀଲଙ୍କା ନାଗରିକଙ୍କ ହତ୍ୟାକୁ ସମର୍ଥନ କରିଥିବା ପାକିସ୍ତାନୀ ୟୁଟ୍ୟୁବରକୁ ଜେଲଦଣ୍ଡ

ଲାହୋର : ଗତ ଡିସେମ୍ବର ମାସରେ ପାକିସ୍ତାନର ସିଆଲକୋଟରେ ଜଣେ ଶ୍ରୀଲଙ୍କା ନାଗରିକଙ୍କ ହତ୍ୟା ଘଟଣାକୁ ସମର୍ଥନ କରିଥିବା ଜଣେ ଯୁବକକୁ ୧ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି ପାକିସ୍ତାନର ଏକ ଆଦାଲତ । ମହମ୍ମଦ ଅଦନାନ ନାମକ ଏହି ୨୭ ବର୍ଷୀୟ ଯୁବକ ଏକ ୟୁଟ୍ୟୁବ ଭିଡିଓ ମାଧ୍ୟମରେ ଉକ୍ତ ହତ୍ୟା ଘଟଣାକୁ ସମର୍ଥନ କରିଥିଲା । ଏହି ଭିଡିଓରେ ସେ କହିଥିଲା ଯେ ଯିଏ ଧର୍ମନିନ୍ଦା କରିବ ସେମାନଙ୍କ ହତ୍ୟା କରିବା ଭୁଲ କାମ ନୁହେଁ । ଶ୍ରୀଲଙ୍କା ନାଗରିକ ପ୍ରିୟନ୍ଥା କୁମାରାଙ୍କ ହତ୍ୟା ଓ ତାଙ୍କ ମୃତଦେହ ଜାଳିବା ସପକ୍ଷରେ ବିଭିନ୍ନ ଯୁକ୍ତି ଉପସ୍ଥାପନ କରିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ସିଆଲକୋଟ ପୋଲିସ ଏକ ମାମଲା ରୁଜ୍ଜୁ କରି ଗରଜନୱାଲା ଆତଙ୍କ ନିରୋଧୀ ଆଦାଲତରେ ଚାର୍ଜସିଟ ଦାୟର କରିଥିଲା । କୋର୍ଟରେ ଏହି ମାମଲାର ବିଚାର ବେଳେ ଉକ୍ତ ଯୁବକ ଭିଡିଓକୁ ସ୍ୱୀକାର କରିଥିଲେ । ଏହାପରେ ବିଚାରପତି ନତାଶା ନଇମ ତାଙ୍କୁ ୧ ବର୍ଷ ଜେଲ ଓ ୧୦ ହଜାର ପାକିସ୍ତାନି ଟଙ୍କା ଜରିମାନା ଲାଗୁ କରିଛନ୍ତି । ଗତ ଡିସେମ୍ବର ୩ ତାରିଖରେ ସିଆଲକୋଟର ୱାଜିରାବାଦରେ ଏହି ଘଟଣା ଘଟିଥିଲା । ସେଠାରେ ଥିବା ରାଜକୋ ନାମକ କମ୍ପାନିରେ ମହାପ୍ରବନ୍ଧକ ବା ଜିଏମଭାବେ କାମ କରୁଥିବା ଶ୍ରୀଲଙ୍କା ନାଗରିକ ପ୍ରିୟନ୍ଥା କୁମାରାଙ୍କୁ ଉତ୍ୟକ୍ତ ଭିଡ଼ ପିଟି ପିଟି ମାରିଦେବା ପରେ ତାଙ୍କ ମୃତଦେହରେ ନିଆଁ ଲଗାଇ ଦେଇଥିଲେ । ଇସଲାମକୁ ଅପମାନିତ କରିବା ଅଭିଯୋଗରେ ଉତ୍ୟକ୍ତ ଜନତା ଏହି ପଦକ୍ଷେପ ନେଇଥିଲେ । ଏହି ଘଟଣାରେ ସଂପୃକ୍ତ ୨୦୦ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜ୍ଜୁ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking