34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଟ୍ରମ୍ପଙ୍କ ଆକାଉଣ୍ଟ ସସପେଣ୍ଡ କଲା ୟୁଟ୍ୟୁବ

ଟ୍ରମ୍ପଙ୍କ ଆକାଉଣ୍ଟ ସସପେଣ୍ଡ କଲା ୟୁଟ୍ୟୁବ

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟ୍ୟୁବ ଆକାଉଣ୍ଟକୁ ଗୁଗୁଲ ବ୍ଲକ କରିଛି । ଏହା ହେଉଛି ଡୋନାଲ୍ଡ ଟ୍ରମ୍ପଙ୍କ ଅଫିସିଆଲ୍ ଆକାଉଣ୍ଟ୍ । ଗତ କିଛି ଦିନ ହେବ ଫେସବୁକ୍ ଏବଂ ଟ୍ୱିଟର ମଧ୍ୟ ଟ୍ରମ୍ପଙ୍କ ଆକାଉଣ୍ଟ କୁ ବ୍ୟାନ କରିଥିଲେ । ଯଦିଓ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ପୁଣି ଥରେ ରିଷ୍ଟୋର କରିଥିଲା , କିନ୍ତୁ ତାଙ୍କୁ ଚେତାବନୀ ଦେଇଛି । ଚେତାବନୀ ହେଲା ଯେ ଯଦି ପରେ ନୀତି ଉଲ୍ଲଂଘନ କରାଯାଏ, ତେବେ ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବ୍ୟାନ କରାଯିବ । ତେବେ ଫେସବୁକ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସପେଣ୍ଡ କରିଦେଇଛି । ୟୁଟ୍ୟୁବ ଦ୍ୱାରା ଡୋନାଲ୍ଡ ଟ୍ରମ୍ପଙ୍କ ଅଫିସିଆଲ ଚ୍ୟାନେଲ ବ୍ୟାନ କରାଯାଇଛି । ଆଉ ଏବେ ଅତି କମରେ ସାତ ଦିନ ପର୍ଯ୍ୟନ୍ତ ଟ୍ରମ୍ପଙ୍କ ୟୁଟ୍ୟୁବ ଚ୍ୟାନେଲରେ କଣ୍ଟେଣ୍ଟ ଅପଲୋଡ ହୋଇପାରିବ ନାହିଁ । ତେବେ ଯଦିଓ ଏବେ ତାଙ୍କ ଚ୍ୟାନେଲରେ ନୂଆ ଭିଡିଓ ଅପଲୋଡ ହୋଇପାରିବନାହିଁ, ମାତ୍ର ପୂର୍ବ ଭିଡିଓ ଦେଖାଯାଇପାରିବ ।
ସୂଚନାଯୋଗ୍ୟ ଯେ, ଟ୍ରମ୍ପ ଗତ କିଛି ଦିନ ଧରି ଆମେରିକା କ୍ୟାପିଟାଲରେ ହୋଇଥିବା ହିଂସାକୁ ପ୍ରଶୟ ଦେବାକୁ ନେଇ ବିବାଦରେ ରହିଛନ୍ତି । ଗୁଗୁଲ ଟ୍ୱିଟ କରିଥିଲା, ପଲିସି ଭାଇଓଲେସନ ନେଇ ଓ ସମଭାବିତ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଆମେ ଡୋନାଲ୍ଡ ଜେ ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଦେଇଛୁ ଏବଂ ନୂଆ କଣ୍ଟେଣ୍ଟ ଅପଲୋଡ ହୋଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking