37.1 C
Bhubaneswar
Thursday, March 28, 2024
Homeଅପରାଧଯୁବକଙ୍କୁ ବାଲି ମାଫିଆଙ୍କ ନିର୍ମମ ହତ୍ୟା

ଯୁବକଙ୍କୁ ବାଲି ମାଫିଆଙ୍କ ନିର୍ମମ ହତ୍ୟା

ମୟୁରଭଞ୍ଜ (ଘାସିରାମ ବେହେରା) ବଢୁଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ। ଯାଉଛି ସାଧାରଣ ଲୋକଙ୍କ ଜୀବନ। ରାଜସ୍ଵ ସଂଗ୍ରହ ଆଳରେ ବିଭାଗର ଅନୁକମ୍ପା କାହା ସ୍ୱାର୍ଥରେ ବୋଲି ଲୋକଙ୍କ ପ୍ରଶ୍ନ। ମୟୂରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବାରେ ବିଫଳ ହୋଇଛି ୫ଟି ବ୍ୟବସ୍ଥା। ଜନସାଧାରଣ ଅଭିଯୋଗ କଲେ ନଜରକୁ ଆସିନାହିଁ ଆସିଲେ ଦେଖିବା କହି ସରକାରୀ ବାବୁମାନେ ଦିଅନ୍ତି ଜବାବ। ଯେତେବେଳେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଚୋରା ଚାଲାଣ ନଜରକୁ ଆସେ ଲୋକ ଦେଖାଣିଆ ଜୋରିମାନା କରି ଛାଡି ବାହାଦୁରୀ ନେଇଥାନ୍ତି। ହେଲେ ଜନସାଧାରଣଙ୍କ ସମସ୍ୟାର ସମାଧାନ ହୁଏ ନାହିଁ।
ରାସଗୋବିନ୍ଦପୁର ତହସିଲ ଅଞ୍ଚଳରେ ସକ୍ରିୟ ଥିବା ବାଲି ଓ ମାଫିଆମାନେ ଅବାଧରେ ଚୋରା କାରବାର ଚଳାଇ ଆସୁଛନ୍ତି । ଅଭିଯୋଗ କଲେ ଆକ୍ରମଣର ଶିକାର ହେଉଛନ୍ତି ଅଭିଯୋଗକାରୀ ତହସିଲ ପକ୍ଷରୁ କାଁଭାଁ ଚଢାଉ ମଝିରେ ମଝିରେ କରାଯାଇଛି ସତ କିନ୍ତୁ ମାଫିଆ ମାନଙ୍କର କିଛି ଫରକ ପଡୁନଥିବା ଦେଖାଯାଉଛି । ବାଲି ମାଫିଆମାନେ ଦିନଦୁଇ ପ୍ରହରରେ ଏବଂ ରାତିରେ ନଦୀ ଭିତରେ ଜେସିବି ଦ୍ୱାରା ଟ୍ରାକ୍ଟର, ଟ୍ରକ,ଡମ୍ପର ଭର୍ତ୍ତି କରି ବାଲି ଉଠାଇ ଚାଲାଣ କରୁଥିବା ଏକ ନିତିଦିନିଆ କଥା ହୋଇଛି । ବିନା ଟିଟି ପରମିଟରେ ଚେଲା ଛାମୁଣ୍ଡାଙ୍କୁ ଧରି କରୁଥିବା ରାଜସ୍ୱ ବିଭାଗ ଅଧିକାରୀଙ୍କ ଜ୍ଞାତରେ। ସେହିପରି ଚୋରା ଚାଲାଣର ହିସାବ ସମସ୍ତଙ୍କ ପାଖରେ ଥାଏ। ସେହି ଆଧାରରେ ଲୁଟ ରାଜସ୍ବ ଭାଗବଣ୍ଟା ହୋଇଥାଏ ବୋଲି ଆଲୋଚନା ହେଉଛି।

ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆମାନେ ବେଧଡକ ହଜାର ହଜାର ଟ୍ରିପ ନଦୀ ବାଲି ନିଲାମ ହୋଇନଥିବା ଘାଟ ରୁ ବିନା ପରମିଟରେ ବୋହି ନେଇ ବିକ୍ରି କରୁଛନ୍ତି ବୋଲି ପୂର୍ବରୁ ବାରମ୍ବାର ସାଧାରଣରେ ଅଭିଯୋଗ ହୋଇଆସୁଛି । କିଛି ମାଫିଆଙ୍କ ଦମ୍ଭସହକାରେ ଛକ ବଜାର ଉପରେ କହୁଛନ୍ତି ଥାନା ହେଉ କି ତହସିଲ ବିଭାଗ ଆମର ବେପାର ବନ୍ଦ କରିପାରିବ ନାହିଁ ବୋଲି ସବୁଠି ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି ।
ଅନ୍ୟପଟେ ନିର୍ଦ୍ଦ।ରିତ ସରକାରୀ ଅଫିସ ସମୟ ପୂର୍ବରୁ ଓ ପରେ ବାଲି ଚୋରା ଚାଲାଣ ବେଧଡକ ଭାବେ ସର୍ବସମ୍ମୁଖରେ ମୁଖ୍ୟ ରାସ୍ତା ରେ ବେଆଇନ ଅଭରଲୋଡିଙ୍ଗ ଉଦା ବାଲି ଯାଉଥିବା ଦେଖିବାକୁ ମିଳୁଛି। ତେବେ ଗତକାଲି ରାତିରେ ବାଲି ଚାଲାଣ କୁ ବିରୋଧ କରିବାରୁ ବାଲି ମାଫିଆ ମାନେ ଜେସିବି ବକେଟରେ ଚାପି ଯୁବକ ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାରୀ ବାଲିମାଫିଆଙ୍କୁ ଗିରଫ ଦାବିରେ ରାସ୍ତାରେ ମୃତଦେହ ରଖି ଅବରୋଧ କରିଛନ୍ତି। ଏଭଳି ହୃଦୟ ବିଦାରକ ଘଟଣା ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ରାମଚନ୍ଦ୍ରପୁର ଗାଁରେ ଦେଖିବାକୁ ମିଳିଛି। ବିଳମ୍ବିତ ରାତ୍ରିରେ ଘଟିଛି ଘଟଣା। ଗତକାଲି ବିଳମ୍ବିତ ରାତ୍ରରେ ରାସଗୋବିନ୍ଦପୁର ଥାନା ଅଞ୍ଚଳର କିଛି ବାଲି ମାଫିଆ ମାନେ ଜମ୍ଭିରା ନଦୀରୁ ବାଲି ଉତ୍ତୋଳନ କରି ରାମଚନ୍ଦ୍ରପୁର ଗାଁ ଦେଇ ଦିନରାତି ବାଲି ଚାଲାଣ କରୁଥିବା ବେଳେ ରାମଚନ୍ଦ୍ରପୁର ଗାଁ ର ମିଣ୍ଟୁ ତରେଇ ଏହାକୁ ବିରୋଧ କରିବାରୁ ଯୁବକଙ୍କୁ ଜେସିବି ବକେଟରେ ଚାପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ହତ୍ୟାକାରୀ ମନୋଜ ଘୋଷ ଏବଂ କୁନା କାଷ୍ଠଙ୍କୁ ତୁରନ୍ତ ଗିରଫ ସହ ଯୁବକଙ୍କ ପରିବାର ବର୍ଗ ଙ୍କୁ କ୍ଷତିପୂରଣ ଦାବିରେ ଅମରଦାରୋଡ଼-ଚିତ୍ରଡା ମୁଖ୍ୟ ରାସ୍ତାକୁ ଅଵରୋଧ କରିଛନ୍ତି ଗ୍ରାମବାସୀ। ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ଓ ଅତିରିକ୍ତ ତହସିଲଦାର ପ୍ରଭାତ ମହାପାତ୍ର ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking