35.1 C
Bhubaneswar
Tuesday, April 23, 2024
Homeଅପରାଧପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ନବରଙ୍ଗପୁର : ନିଛାଟିଆ ରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୁତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଶବ ଫୋପାଡ଼ି ଦେଇ ଫେରାର ହୋଇ ଯାଇଛନ୍ତି। ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତର ଉପାନ୍ତ କାଦୋପାଣି-ସରାଗିପାଣି ରାସ୍ତାରେ। ମୃତକ ଜଣକ କାଦୋପାଣି ଗ୍ରାମର ଚିତ୍ତରଞ୍ଜନ ଜାନୀଙ୍କ ପୁଅ ସୁକୁରାମ ଜାନୀ (୩୬) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ତଳେ ସୁକୁରାମ ଜାନୀ ନିଜ ଗ୍ରାମ କୁଡ଼ୁମଦୋରା ଛାଡ଼ି ପରିବାର ସହିତ କାଦୋପାଣି ଗ୍ରାମରେ ରହି ଆସୁଥିଲେ। ସୁକୁରାମ ଉକ୍ତ ଅଞ୍ଚଳର ଜଙ୍ଗଲ ଗତକାଲି ସୁକୁରାମ ସକାଳ ୮ଟାରେ ବିହାପାଣି ଗ୍ରାମକୁ ଯାଇ ସନୁ ଗଣ୍ଡଙ୍କ ଘରେ ନିଜ ବାଇକ୍‌ ରଖିଥିଲେ। ରାତି ସୁଦ୍ଧା ସୁକୁରାମ ଘରକୁ ନ ଫେରିବାରୁ ପରିବାର ଲୋକ ଅନେକ ଲୋକଙ୍କୁ ଫୋନ କରି ପଚରାଉଚୁରା କରିଥିଲେ ହେଁ ସୁକୁରାମଙ୍କ ବିଷୟରେ କୌଣସି ସୂଚନା ପାଇ ନଥିଲେ। ଆଜି ସକାଳେ ସରଗିପାଣି-କାଦୋପାଣି ରାସ୍ତାରେ ସୁକୁରାମଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking