30 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଗାଳିଗୁଲଜରୁ ବର୍ତ୍ତିବା ପାଇଁ ଘର ଛାଡି ପଳାଇଥିଲେ ଯୁବକ, ଶେଷରେ କ’ଣ ହେଲା ଜାଣନ୍ତୁ....

ଗାଳିଗୁଲଜରୁ ବର୍ତ୍ତିବା ପାଇଁ ଘର ଛାଡି ପଳାଇଥିଲେ ଯୁବକ, ଶେଷରେ କ’ଣ ହେଲା ଜାଣନ୍ତୁ….

ଲକ୍ଷ୍ନୌ: ପରୀକ୍ଷାରେ କମ ମାର୍କ ଆସିବାରୁ କାଳେ ଘରେ ଗାଳି କରିବେ ସେହି ଚିନ୍ତାରେ ଘର ଛାଡି ପଳାଇଥିଲେ ଯୁବକ । ଏହା ପରେ ପରିବାର ସଦସ୍ୟ ତାଙ୍କର ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ଆଉ ଦୀର୍ଘ ୨୨ ମାସ ପରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ । ଉତ୍ତରପ୍ରଦେଶର ଗୋରଖପୁରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ପରୀକ୍ଷାରେ ଫେଲ ହୋଇଥିବାରୁ ପରିବାର ସଦସ୍ୟ କାଳେ ଗାଳିଗୁଲଜ କରିବେ, ସେହି ଡରରେ ଜଣେ ଛାତ୍ର ଘର ଛାଡି ପଳାଇଥିଲେ । ଏହି ମାମଲାରେ ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ, ଗୋରଖପୁରର କ୍ୟାଣ୍ଟ ପୋଲିସ ଷ୍ଟେସନରେ ୨୦୧୮ ମସିହାରେ ଏକ ନିଖୋଜ ମାମଲା ପଞ୍ଜିକୃତ ହୋଇଥିଲା । ତେବେ ବହୁ ଅନୁସନ୍ଧାନ ପରେ ଛାତ୍ରଙ୍କୁ ନ ପାଇବାରୁ ପୋଲିସ ଫାଇଲ ବନ୍ଦ କରିଦେଇଥିଲା । ତେବେ ନିଖୋଜ ଛାତ୍ରଙ୍କ ଆଧାର କାର୍ଡରେ ଗୁଜୁରାଟରେ ଏକ ମୋବାଇଲ୍ ସିମ୍ କ୍ରୟ କରାଯାଇଥିବାର ପୋଲିସ ପାଖରେ ଖବର ପହଞ୍ଚିଥିଲା । ଏହା ସହ ସେହି ସିମ୍ ମାଧ୍ୟମରେ ସୋସିଆଲ ମିଡିଆରେ ଏକ ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା । ଏହା ପରେ ପୋଲିସ ପକ୍ଷରୁ ଏହି ନମ୍ବରକୁ ଟ୍ରାକ କରାଯାଇଥିଲା । ମୋବାଇଲ ନମ୍ବରଟି ଗୁଜୁରାଟର ରାଜକୋଟରେ ସକ୍ରିୟ ଥିବାର ଜଣାପଡିଥିଲା । ଏହା ପରେ ଗୋରଖପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଯାଇ ରାଜକୋଟରେ ଖୋଜିଥିଲା । ଶେଷରେ ନିଖୋଜ ଯୁବକ ଜଣକ ଏକ ପିଜା ସେଣ୍ଟରରେ କାମ କରୁଥିବାବେଳେ ପୋଳିସ ତାଙ୍କୁ ଧରିଥିଲା । ଗୋରଖପୁର ଏସପି ସୋନମ କୁମାର କହିଛନ୍ତି ଯେ ପରୀକ୍ଷାରେ ଫେଲ ହେବା ପରେ ପରିବାର ସଦସ୍ୟଙ୍କ ଗାଳିଗୁଲଜ ଭୟରେ ଯୁବକ ଜଣକ ଗୁଜୁରାଟ ଚାଲିଯାଇଥିଲେ । ଯେଉଁଠାରେ ସେ ପିଜା ସେଣ୍ଟରରେ କାମ କରିବା ଆରମ୍ଭ କରିଥିଲେ । ଏବେ ଉଦ୍ଧାର ହୋଇଥିବା ଛାତ୍ରଙ୍କୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking