34.1 C
Bhubaneswar
Thursday, April 25, 2024
Homeଅପରାଧମହଙ୍ଗା ପଡ଼ିଲା ମଧ୍ୟସ୍ଥତା : ଝାମେଲା ତୁଟାଇବାକୁ ଯାଇ ହଣାଖାଇଲେ ଯୁବକ

ମହଙ୍ଗା ପଡ଼ିଲା ମଧ୍ୟସ୍ଥତା : ଝାମେଲା ତୁଟାଇବାକୁ ଯାଇ ହଣାଖାଇଲେ ଯୁବକ

ଝରିଗାଁ : ଝରିଗାଁ ବ୍ଲକ୍ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତ କାଦମଲ୍ଲୀ ଗ୍ରାମରେ ୨ ଭାଇଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ସମାଧାନ କରିବାକୁ ଯାଇ ଶେଷରେ ଜଣଙ୍କୁ ଜୀବନ ଦେବାକୁ ପଡ଼ିଛି । ଆକ୍ରମଣକାରୀର ଆକ୍ରୋଶମୂଳକ ହତ୍ୟାର ଶିକାର ହୋଇଛନ୍ତି ବାଣୁଆଗୁଡ଼ା ପଞ୍ଚାୟତର ବଳରାମ ହରିଜନ (୩୫) ।
ପ୍ରାପ୍ତ ସୂଚନାନୁଯାୟୀ ଇଚ୍ଛାପୁର ପଞ୍ଚାୟତର ସୁଦର ମାଝୀ ଏବଂ ସାନଭାଇ ଦେବରାଜ ମାଝୀ ଉଭୟଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗିରହିଥିବାବେଳେ ଗତ କିଛିମାସ ତଳେ ସାନଭାଇ ଦେବରାଜ ମାଝୀକୁ ପୁଲିସ ଗିରଫ କରି ଜେଲକୁ ପଠାଇଥିଲେ । ଜେଲରୁ ଫେରିଲେ ପ୍ରତିଶୋଧ ନେବାପାଇଁ ଯୋଜନା କରିଥିବା ଦେବରାଜ ଏକ ସପ୍ତାହ ହେବ ଜେଲରୁ ଫେରି ବଡ଼ଭାଇ ସୁଦରକୁ ମାରିବା ପାଇଁ ମନସ୍ଥ କରି ବୁଧବାର ଅପରାହ୍ଣରେ କାଦମଲ୍ଲୀ ଗ୍ରାମର ନାଟଗୁରୁପଡ଼ାକୁ ଯାଇ ସୁଦର ମାଝୀର ଘରେ ପହଞ୍ôଚ ସୁଦରକୁ ଖୋଜିଥିଲା । ତେବେ ସୁଦର ମାଝୀ ଘରେ ନଥିବା ଜାଣି ଉତ୍ତ୍ୟକ୍ତ ହୋଇ ଦାଣ୍ଡରେ ଜଗି ରହିଥିଲା ।
ତେବେ ସେହି ସମୟରେ ବାଣୁଆଗୁଡ଼ା ପଞ୍ଚାୟତର ବଳରାମ ହରିଜନ (୩୫) ସୁଦର ମାଝୀଙ୍କ ନିକଟରେ କିଛି କାର୍ଯ୍ୟ ପାଇଁ ଯାଇଥିବାବେଳେ ଦେବରାଜ ଟାଙ୍ଗିଆ ଧରି ସୁଦରକୁ ହତ୍ୟା କରିବା ଯୋଜନାରେ ଆସିଥିବା ଜାଣିବା ପରେ ଦେବରାଜକୁ ଏଥିରେ ନିବୃତ୍ତ ରହିବା ପାଇଁ ବୁଝାସୁଝା କରିଥିଲା । ତେବେ ପ୍ରତିଶୋଧର ଜ୍ୱାଳାରେ ଜଳୁଥିବା ଦେବରାଜ ଭଲମନ୍ଦ ହିତାହିତ ଜ୍ଞାନ ଭୁଲି ଭଲ ପରାମର୍ଶ ଦେଉଥିବା ବଳରାମ ହରିଜନକୁ ରାଗରେ ସାଥିରେ ନେଇଥିବା ଟାଙ୍ଗିଆ ଦ୍ୱାରା ବେକକୁ ପ୍ରହାର କରିଥିଲା । ଫଳରେ ବଳରାମ ହରିଜନ ରକ୍ତାକ୍ତ ଅବସ୍ଥାରେ ଛଟପଟ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା । ହତ୍ୟାକାଣ୍ଡ ଭିଆଇ ଦେବରାଜ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଘଟଣା ସମ୍ପର୍କରେ ଜାଣି ଝରିଗାଁ ଥାନାଧିକାରୀ ନରେଶ ପ୍ରଧାନ, ଏସ୍‌ଆଇ ସନ୍ତୋଷ କୁମାର ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରିବା ସହ ତଦନ୍ତ ଜାରି ରଖିବା ସହ ଦେବରାଜ ମାଝୀକୁ ଧରିବା ପାଇଁ ତଲାସି ଜାରି ରଖିଥିବାର ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking