32.1 C
Bhubaneswar
Thursday, March 28, 2024
Homeଓଡିଶା  ଯୁବ ଆଇଏନଟିୟୁସି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା

  ଯୁବ ଆଇଏନଟିୟୁସି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା

ଯାଜପୁର(ଅଭିମନ୍ୟୁ ମିଶ୍ର) :  କେନ୍ଦ୍ର ସରକାର ସାରା ଦେଶ ରେ ବିମୁଦ୍ରିକରଣ, ଭୁଲ ଜିଏସଟି ଓ କୋଭିଡ -19 ପରିସ୍ଥିତି ରେ ସାରା ରାଜ୍ୟରେ ଏକ ଆସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି ! ସାରା ଦେଶ ରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକ ର ଅଚଳାବସ୍ଥା ଫଳରେ ଏଗାର କୋଟି ଶ୍ରମିକ କର୍ମଚାରୀ ଙ୍କ ଉତ୍କଟ ଦୁର୍ଦଶା ସୃଷ୍ଟି ହୋଇଛି !ରାଜ୍ୟରେ ସରକାରୀ ଉଦ୍ୟୋଗ ରେ ମଧ୍ୟ ଠିକା କର୍ମଚାରୀ ମାନଙ୍କ ରେ ରୋଜଗାର ବିପର୍ଯ୍ୟସ୍ତ ! ଆନ୍ତର୍ଜାତିକ ସ୍ତରରେ ତୈଳ ଦର କମୁଥିବା ବେଳେ ଆମ ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାର ମନଇଚ୍ଛା ଟିକସ ବୃଦ୍ଧି ହେତୁ ଡିଜେଲ, ପେଟ୍ରୋଲ ଓ ଗ୍ୟାସ ଅହେତୁକ ଦର ବୃଦ୍ଧି ଘଟିଛି !ଦର ଦାମ ବୃଦ୍ଧି ହେତୁ ଯୁବ ସମାଜ ବିଶେଷ ଭାବେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହୋଇଛନ୍ତି !ଇତି ମଧ୍ୟରେ 44ଗୋଟି ଶ୍ରମ ଆଇନ କୁ ସଂଶୋଧନ କରି 4ଗୋଟି ଶ୍ରମିକ ବିରୋଧୀ କୋର୍ଡ ଓ 3ଗୋଟି କୃଷି ବିରୋଧୀ ଆଇନ ସଂସଦ ରେ ବିନା ଭୋଟ ରେ ପାସ କରାଯାଇଛି !ଏହାର ପ୍ରତିବାଦ ରେ ଆଜି ଯୁବ ଆଇ ଏନ ଟି ୟୁ ସି ପକ୍ଷରୁ ସାରା ରାଜ୍ୟରେ 7ଦଫା ଦାବି ନେଇ ବିକ୍ଷୋଭ ଓ ସତ୍ୟାଗ୍ରହ ଡାକରା ଦିଆଯାଇଛି ! ଯାଜପୁର ଜିଲ୍ଲା ଆଇ ଏନ ଟି ୟୁ ସି ଯୁବ ଶାଖା ତରଫରୁ ବ୍ୟାସନଗର ଗୋପବନ୍ଧୁ ଛକ ଠାରୁ ଏକ ଶୋଭାଯାତ୍ରା ରେ ବାହାରି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଯୁବ ଶାଖା ସଭାପତି ଚନ୍ଦ୍ରକାନ୍ତ ଖଣ୍ଡାଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି !ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ଜଗବନ୍ଧୁ ନାୟକ, ସତ୍ୟପ୍ରକାଶ କୁଅଁର, ପଦ୍ମନାଭ ନାୟକ, ଅନିଲ ଜେନା, ପ୍ରବୋଧ ନାୟକ, ଚନ୍ଦ୍ରଶେଖର ସାହୁ, ଶ୍ରୀକାନ୍ତ ମହାନ୍ତି, ଧବଳ ଓଝା ଓ ଅଭିଜିତ ମହାକୁଡ଼ ପ୍ରମୁଖ କହିଲେ କି ରାଜ୍ୟରେ ସମସ୍ତ ବେକାରୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯାଉ ନଚେତ ମାସିକ 6ହଜାର ଟଙ୍କା ସରକାରୀ ଭତା ଦିଆଯାଉ, ସମସ୍ତ ପ୍ରବାସୀ ଓ କରୋନା ରେ କାର୍ଯ୍ୟ ହରାଇଥିବା ଶ୍ରମିକ ମାନଙ୍କୁ ବନ୍ଦ ସମୟ ରେ ଦରମା ଦେବା, କେନ୍ଦ୍ର ସରକାର ଶ୍ରମିକ ବିରୋଧୀ ଓ 4ଗୋଟି ଲେବର କୋର୍ଡ ଓ 3ଟି କୃଷକ ବିରୋଧୀ ଆଇନ କୁ ପ୍ରତ୍ୟାହାର କରିବା, ଘରୋଇ କ୍ଷେତ୍ରରେ ସ୍ଥାନୀୟ ବେକାରୀ ଙ୍କୁ 80ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଏବଂ ଚାକିରୀ କ୍ଷେତ୍ରରେ ସମସ୍ତ ପରୀକ୍ଷା ଓଡ଼ିଆ ଭାଷାରେ କରିବାକୁ ନିଜର ବକ୍ତବ୍ୟ ରେ ଦାବି ପ୍ରକାଶ କରିଥିଲେ ! ଶେଷରେ ଏହି ୭ ଦଫା ଦାବି ପତ୍ର ମାନ୍ୟବର ରାଜ୍ୟପାଳ ଙ୍କ ମର୍ମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking