27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବିଧାନସଭା ସାମ୍ନାରେ ମୁଣ୍ଡ ଜାମିନ

ବିଧାନସଭା ସାମ୍ନାରେ ମୁଣ୍ଡ ଜାମିନ

ଭୁବନେଶ୍ୱର : ବିଧାନସଭା ସାମ୍ନା ପିଏମ୍‌ଜିରେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ଧମକ ଦେଲା ଯୁବକ । ଏଥିସହ ଏହି ସମୟରେ କିଛି ମନ୍ତ୍ରୀଙ୍କ ନାଁ ଧରି ପ୍ରଳାପ କରୁଥିଲା ଯୁବକ ଜଣକ । ପାଗଳ ଭଳି ପ୍ରଳାପ କରି ମହିଳାଙ୍କ ବେକରେ ଛୁରୀ ଲଗାଇ ଧମକ ଦେଉଥିଲା । ବହୁ କଷ୍ଟରେ ଯୁବକଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ୍ । ମହିଳାଙ୍କୁ ଉଦ୍ଧାର ସହ ଯୁବକଙ୍କୁ ନିଜ ହେପାଜତକୁ ନେଲା ପୋଲିସ୍ । ତେବେ ସଂପୃକ୍ତ ଯୁବକ ଓ ମହିଳା ସଂପର୍କରେ ମା’ପୁଅ ହୋଇଥିବା ସୂଚନା ମିଳିଛି । ତାଙ୍କ ଘର ନୟାଗଡ଼ ବୋଲି ଜଣାପଡ଼ିଛି । ତେବେ ବିଧାନସଭା ଚାଲୁଥିବା ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ ନେଇ ଚର୍ଚ୍ଚା ଜୋର ଧରିଛି । ହାଇ ସିକ୍ୟୁରିଟି ଜୋନ୍ କୁ ଛୁରି ନେଇ କିଭଳି ଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking