34.1 C
Bhubaneswar
Thursday, March 28, 2024
Homeଅପରାଧଲକ ଡାଉନ ଯୋଗୁ ହତାଶ ହୋଇ ଜୀବନ ହାରିଲେ ଯୁବକ

ଲକ ଡାଉନ ଯୋଗୁ ହତାଶ ହୋଇ ଜୀବନ ହାରିଲେ ଯୁବକ

ଯାଜପୁର : କୋରୋନା ପାଇଁ ଚାରିଆଡେ ଲକ ଡାଉନ ଚାଲିଛି । କାମ ଧନ୍ଦା ସବୁ ବନ୍ଦ ହୋଇଯାଇଛି । ଏହାରି ଭିତରେ ହତାଶ ହୋଇ ଜୀବନ ହାରିଲେ ଯୁବକ । ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର ମଲ୍ଳିକାପୁର ଗାଁର ଅକ୍ଷୟ ମହାନ୍ତି ଆଜି ସକାଳେ ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି । ସେ ପ୍ରଥମେ ଗାଡି ଡ୍ରାଇଭିଂ କରୁଥିଲେ । କିଛି ଦିନ ତଳେ ଗାଁରେ ଏକ ଅଟାକଳ ମଧ୍ୟ କରିଥିଲେ ।
କିନ୍ତୁ ଲକ ଡାଉନ ପଂଳରେ ରୋଜଗାରକୁ ସବୁ ବାଟ ବନ୍ଦ ହୋଇଯାଇଥିଲା । ଧାରକରଜ ଓ ପାରିବାରିକ ଦୁଃଶ୍ଚିନ୍ତା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ତାଙ୍କ ମୃତ ଦେହ ଝୁଲୁଥିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି ।

କ୍ୱାରେଂଟିନ ରେ ରହିବାକୁ ନେଇ ଗଣ୍ଡଗୋଳ, ଆକ୍ରମଣରେ ଜଣେ ଗୁରୁତର

ଗାଁରେ ଥିବା ସରକାରୀ କ୍ୱାରେଂଟିନ ରେ ରହିବାକୁ ନେଇ ଗଣ୍ଡଗୋଳ । ଆକ୍ରମଣରେ ଜଣେ ଗୁରୁତର । ଏଭଳି ଘଟଣା ଯାଜପୁର ସଦର ଥାନା ଅନ୍ତର୍ଗତ କାକୁଡିକୁଦ ପଂଚାୟତର ନିଳକଣ୍ଠପୁର ଗାଁରେ ଘଟିଛି । ଗାଁର ଜଣେ ଯୁବକ ଜିଲା ଓ ଜିଲା ବାହାରୁ ବୁଲାବୁଲି କରି ଗାଁକୁ ଆସିବା ପରେ ସରକାରୀ କ୍ୱାରେଂଟିନରେ ରହିନଥିଲେ । ଏହାକୁ ନେଇ କେତକ ଗ୍ରାମବାସୀ ସରପଂଚଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପଂଳ କିଛି ମିଳିନଥିଲା । ପଂଳରେ ବାଧ୍ୟ ହୋଇ ଗ୍ରାମବାସୀ ଏକତ୍ରିତ ହୋଇ ସେହି ଯୁବକଙ୍କୁ ପଚାରିବାକୁ ଯାଇଥିବା ବେଳେ ସଂପୃକ୍ତ ଯୁବକ ଙ୍କ ସହିତ ପରିବାର ଲୋକେ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରିବାର ଲୋକଙ୍କ ଶାବଳ ମାଡରେ ଗ୍ରାମବର ସୁଧିର କୁମାର ଦାସଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୁଣ୍ଡରେ ଷ୍ଟିଚ ପକାଇ ଚିକିତ୍ସିତ କରିବା ପରେ ଛାଡି ଦିଆଯାଇଛି । ଏ ନେଇ ଯାଜପୁର ସଦର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ସେପଟେ ସମ୍ପୃକ୍ତ ଯୁବକକୁ ପଂଚାୟତ କ୍ୱାରେଂଟାଇନ ରେ ରଖାଯାଇଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking