33.1 C
Bhubaneswar
Thursday, April 25, 2024
Homeଓଡିଶାଯୁବକଙ୍କ ମୃତ୍ୟୁକୁ ନେଇ ଉତେଜନା, ଶବ ରଖି ରାସ୍ତା ଅବରୋଧ

ଯୁବକଙ୍କ ମୃତ୍ୟୁକୁ ନେଇ ଉତେଜନା, ଶବ ରଖି ରାସ୍ତା ଅବରୋଧ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ବୋଡ଼େନ ଗାଁରେ ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଉତ୍ତେଜନା ଦେଖାଯାଇଛି । ମୃତକଙ୍କ ପରିବାର ଲୋକେ ଏହାକୁ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଧର୍ମଗଡ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ବୋଡେନ ଗ୍ରାମର ନକୁଳ ବେମାଲ (୪୧) କେନାଲ ରାସ୍ତାରେ ଯାଉଥିଲେ । ଏହି ସମୟରେ ଉକ୍ତ ଗ୍ରାମର ଗିରିଧାରୀ ବାରିକ, ସୋମବାରୁ ଭଂଏ ସାଲ ଓ ଦଶରଥ ଶବର ମିଶି ନକୁଳଙ୍କୁ ହତ୍ୟା କରି ନିକଟସ୍ଥ ଦାବରିପଦର ଗାଁ’ର ସାଗର (ପୋଖରୀ)ରେ ଫିଙ୍ଗି ଦେଇଥିବା ତାଙ୍କ ବଡ଼ଭାଇ ତୁଳା ରାମ ବେମାଲ ଧର୍ମଗଡ ଥାନାରେ ଏତଲା ଦେଇଛନ୍ତି । ଏପରିକି କିଛି ସମୟ ପରେ ଗିରିଧାରୀ ବାରିକ ମୃତକଙ୍କ ଘରକୁ ଆସି ଲକ୍ଷ୍ମୀ ସାଗରରେ ନକୁଳ ବୁଡି ଯାଇଥିବା କହିଥିଲେ । ସୋମବାରୁ ଓ ଦଶରଥ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହେଲେ ବୋଲି ମଧ୍ୟ ପରିବାରକୁ କହିଥିଲେ । ପରେ ପରିବାର ଲୋକ ଘଟଣାସ୍ଥଳକୁ ଯାଇ ଖୋଜାଖୋଜି କରି ଏହି ବିଷୟରେ ଧର୍ମଗଡ଼ ଥାନାକୁ ଜଣାଇଥିଲେ । ଖବର ପାଇ ଧର୍ମଗଡ଼ ପୋଲିସ ପହଞ୍ଚିଥିଲା ଓ ସ୍ଥାନୀୟ ଦମକଳ ବିଭାଗର ସାହାଯ୍ୟରେ ଏହି ସାଗରରେ ଅନୁସନ୍ଧାନ କରା ଯାଇଥିଲା । କିନ୍ତୁ କିଛି ସନ୍ଧାନ ନମିଳିବାରୁ ଗାଁ’ରେ ଉତ୍ତେଜନା ଦେଖାଯାଇଥିଲା । ଫଳରେ ଅଧିକ ପୋଲିସ ମୁତୟନ କରାଯାଇଥିଲା । ରାତି ତମାମ ଗାଁ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଆଜି ସକାଲୁ ଲକ୍ଷ୍ମୀ ସାଗରରୁ ମୃତଦେହ ଉଦ୍ଧାର ହେବା ପରେ ଉତ୍ତେଜିତ ଲୋକେ ରାସ୍ତା ଉପରେ ଶବ ରଖି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ । ଖବର ପାଇ ଉପଜିଲ୍ଲାପାଳ ଧର୍ମଗଡ଼ ପାୱାର ସଚିନ ପ୍ରକାଶ, ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ଓ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ ଚୋପଦାର, ଲୋକଙ୍କୁ ବୁଝାସୁଝା କଲା ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking