ନାବାଳକଙ୍କୁ ଦା’ରେ କାଟିଲା ଯୁବକ

ସାଲେପୁର : ଜଣେ କାମାନ୍ଧ ଯୁବକ ଜନୈକ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିବାରେ ବିଫଳ ହେବାରୁ ଦାଆରେ କାଟି ଗୁରୁତର କରିଛି । ଏ ନେଇ ନାବାଳକର ମାଆ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ଆହତ ନାବାଳକ ଏବେ ସାଲେପୁର ଗୋଷ୍ଠୀ ସ୍ୱ୍ୟାସ୍ଥ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଏହି ଘଟଣା ଏ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ରାଘବପୁର ଗ୍ରାମର ଜଣେ ୭ବର୍ଷର ନାବାଳକ ଗାଁଦାଣ୍ଡରେ ଖେଳୁଥିବା ସମୟରେ ଉକ୍ତ ଗ୍ରାମର ହେମନ୍ତ ଦଳାଇ ନାମକ ଜଣେ ଯୁବକ ତାହା ନିକଟରେ ପହଞ୍ଚି ତାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରି ବିଫଳ ହେଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣକ ଉକ୍ତ ନାବାଳକୁ ଏକ ଦାଆରେ ତାହାର ପେଟର ବିଭିନ୍ନ ସ୍ଥାନକୁ କାଟି ପକାଇଥିଲା । ଫଳରେ ନାବାଳକ ଜଣକ ଅଚେତ୍ ହୋଇପଡ଼ିଥିଲେ । ତାହା ପରିବାର ଲୋକେ ଘଟଣା ସ୍ଥଳରେ ନାବାଳକକୁ ଉଦ୍ଧାର କରି ଅଭିଯୁକ୍ତ ଜଣକୁ ଘଟଣା ସମ୍ପର୍କରେ ପଚାରିବାରୁ ଅଭିଯୁକ୍ତ ଜଣକ ଏଥିରେ ଉତ୍‌କ୍ଷିପ୍ତ ହୋଇ ଏହି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କଲ ତମ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି । ସାଲେପୁର ପୁଲିସ୍ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛି ।