34.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକା ଦୁଷ୍ମର୍ମ ମାମଲାରେ ଯୁବକ ଗିରଫ

ନାବାଳିକା ଦୁଷ୍ମର୍ମ ମାମଲାରେ ଯୁବକ ଗିରଫ

ବ୍ରହ୍ମପୁର: ଜନୈକା ନାବାଳିକାକୁ ଅପହରଣ ଓ ଦୁଷ୍ମର୍ମ ମାମଲାରେ ଗୋଷାଣିନୂଆଗାଁ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଯାଜପୁର ଗ୍ରାମର ରିଙ୍କୁ ଦାସ(୨୫) । ଅଭିଯୁକ୍ତ ରିଙ୍କୁକୁ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଯାଜପୁର ଗ୍ରାମରୁ ଏକ ଘରୁ ଅପହରଣ ହୋଇଥିବା ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଛି । ଉଭୟଙ୍କ ଡାକ୍ତରି ମାଇନା ହୋଇଥିବା ବେଳେ ପୀଡ଼ିତା ଜଣଙ୍କ କୋର୍ଟରେ ବୟାର ରେକର୍ଡ଼ କରାଯାଇଥିବା ପୁଲିସ କହିଛି । ପ୍ରକାଶ ଯେ ଗତ ଜୁନ୍ ୨ ତାରିଖରେ ଗୋଷାଣିନୂଆଗାଁ ଅଞ୍ଚଳର ୧୭ ବର୍ଷୀୟ ନାବାଳିକା ଜଣଙ୍କୁ କେହି ଅପହରଣ କରି ନେଇଥିବା ନେଇ ତାଙ୍କ ବାପା ଥାନାରେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାଙ୍କୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।

ପୁଲିସ ଅଭିଯୁକ୍ତଙ୍କ ମୋବାଇଲ୍ ଟ୍ରାକିଂ କରିଥିବା ବେଳେ ଉଭୟ ଗଜପତି ଜିଲ୍ଲା ପାରାଳାଖେମୁଣ୍ଡି ଥାନା ଅନ୍ତର୍ଗତ ଯାଜପୁର ଗ୍ରାମର ଥିବା ପୁଲିସ ଜାଣିବାକୁ ପାଇଥିଲା । ଏହାକୁ ଆଧାର କରି ଏକ ପୁଲିସ ଟିମ୍ ସେଠକୁ ଯାଇ ଉଭୟଙ୍କୁ କାବୁ କରିଥିଲା । ପୀଡ଼ିତା ନାବାଳିକା ଜଣଙ୍କ ଅଭିଯୁକ୍ତ ଦୂର ସମ୍ପର୍କୀୟ ହୋଇଥିବା ବେଳେ ଉଭୟ ପୂର୍ବରୁ ଜଣାଶୁଣା ଥିଲେ । ଜୁନ ୨ ତାରିଖରେ ଘରେ କେହି ନଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଅପହରଣ କରି ନେଇ ଏକ ଭଡ଼ା ଘରେ ରଖିଥିଲେ । ଅନ୍ୟପକ୍ଷରେ ପୀଡ଼ିତା ଜଣଙ୍କ ତାଙ୍କ ବାପ ଘରକୁ ଯିବା ନିମନ୍ତେ ମନା କରିବାରୁ କୋର୍ଟ ନିର୍ଦ୍ଦେଶକ୍ରମେ ତାଙ୍କୁ ବ୍ରହ୍ମପୁର ସ୍ଥିତ ବାଳା ଆଶ୍ରମରେ ରଖାଯାଇଥିବା ପୁଲିସ କହିଛି । ଏହି ଘଟଣାରେ ଅଭିଯୁକ୍ତ ରିଙ୍କୁକୁ ପୁଲିସ ଅଭିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking