ନଦୀରୁ ଯୁବତୀ ଉଦ୍ଧାର

କଳାହାଣ୍ଡି: ହାତୀ ନଦୀକୁ ଡେଇଁ ଥିବା ଯୁବତୀଙ୍କୁ ଉଦ୍ଧାର କଲେ ତିନି ଯୁବକ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାତୀନଦୀରେ ଆଜି ଜଣେ ଯୁବତୀ ମାନସିକ ଚାପରେ ଆସି ଡେଇଁଥିବା ବେଳେ ନଦୀରେ ଗାଧୋଉଥିବା ତିନି ଯୁବକ ଯୁବତୀଙ୍କୁ ଗଭୀର ନଦୀ ପାଣିରୁ ଉଦ୍ଧାର କରିଥିଲେ । ପରେ ଖବର ପାଇ ଓଡ୍ରାଫ ଟିମ ପହଞ୍ଚି ଯୁବତୀ ଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ କାମଠନାରୁ ଏକ ଅଟୋରେ ନିଜ ସମ୍ପର୍କୀୟ ଘର ଲଡୁଗାଁ ଯାଉଥିବା ବେଳେ ଯୁବତୀ ନଦୀକୁ ଡେଇଁ ପଡିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here