34.1 C
Bhubaneswar
Friday, March 29, 2024
Homeଅପରାଧଭୋଟ୍ ଦେଇ ଘରକୁ ଫେରିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୋଟ୍ ଦେଇ ଘରକୁ ଫେରିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଜଗତସିଂପୁର: ରାଜ୍ୟରେ ବଢି ଚାଲିଛି ମହିଳା ମାନଙ୍କ ପ୍ରତି ହିଂସା ଓ ଅପରାଧ । କେଉଁଠି ସାମନ୍ୟ କଥାରେ ମହିଳାଙ୍କୁ ହତ୍ୟା କରାଯାଉଛି ତ ଆଉ କେଉଁଠି ଅସଦାଚରଣର ଅଭିଯୋଗ ରାଜ୍ୟରେ ଏହିଭଳି ଭାବରେ ପ୍ରତିଦିନ ଶହ ଶହ ମହିଳା ଅତ୍ୟାଚାର ଓ ଅସଦାଚରଣର ଶିକାର ହେଉଛନ୍ତି ।

ସମାନଭାବରେ ଆଜି ଜଗତସିଂହପୁର ଜିଲ୍ଲାରେ ଘଟିଛି ସମାନ ଲଜ୍ଜ୍ୟାକର ଘଟଣା । ସୂଚନା ଅନୂସାରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ଆଜି ଜଣେ ଯୁବତୀ ଭୋଟ୍ ଦେଇ ଘରକୁ ଫେରୁଥିବା ବେଳେ ତାଙ୍କ ସହିତ ପାଖ ଗାଁର କିଛି ଯୁବକ ଅସଦାଚରଣ କରିଥିଲେ ଓ ନିକଟ ଜଙ୍ଗଲକୁ ଟେକି ନେଇ ଦୁୁଷ୍କର୍ମ ଉଦ୍ୟମ କରିଥିଲେ ।

ଏହା ପରେ କିଛି ଲୋକ ଆସିବାରୁ ଯୁବକ ମାନେ ସେଠାରୁ ପଳାଇଥିଲେ ଓ ପୁରା ଘଟଣା ସମ୍ପର୍କରେ ଯୁବତୀ ଜଣଙ୍କ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ତିର୍ତ୍ତୋଲ ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking