28.1 C
Bhubaneswar
Friday, March 29, 2024
Homeଅପରାଧବିବାହ ବାହାନାରେ ଠକୁଥିବା ଯୁବତୀ ଗିରଫ

ବିବାହ ବାହାନାରେ ଠକୁଥିବା ଯୁବତୀ ଗିରଫ

ଦିଗପହଣ୍ଡି : ବିବାହ ବାହାନାରେ ଅନେକ ଯୁବକଙ୍କୁ ଠକି ଆସୁଥିବା ଜଣେ ବିବାହିତ ଯୁବତୀଙ୍କୁ ଆଜି ଦିଗପହଣ୍ଡି ପୁଲିସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଦିଗପହଣ୍ଡି କୋର୍ଟକୁ ଚଲାଣ କରାଯାଇଛି । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ଅଭିଯୁକ୍ତକୁ ଦିଗପହଣ୍ଡି ଉପକାରାଗାରକୁ ପଠେଇ ଦିଆଯାଇଛି । ଗିରଫ ଯୁବତୀ ଜଣକ ହେଲେ ପିୟଙ୍କା ପାତ୍ର(୨୨) । ଧରାକୋଟ୍ ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଡି.ସିଙ୍ଗପୁର ଗ୍ରାମର ବୋଲି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଏହି ଥାନା ଅନ୍ତର୍ଗତ ପେଣ୍ଡୁରାବାଡି ଗ୍ରାମର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଏତଲା ଆଧାରରେ ସମ୍ପୃକ୍ତ ଯୁବତୀ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୁଲିସସୂଚନା ଦେଇଛି । ପ୍ରଶାନ୍ତ ପଣ୍ଡା ଗତ ଏକ ବର୍ଷ ତଳେ ଗାଙ୍ଗପୁର ଥାନା ଅନ୍ତର୍ଗତ ପୀତବାସ ପାତ୍ରଙ୍କ ଝିଅ ପ୍ରୀୟଙ୍କା ପାତ୍ରଙ୍କ ସହ ବିବାହ ସମ୍ପର୍ଣ୍ଣ ହୋଇଥିଲା । ବିବାହର କିଛି ଦିନ ପରେ ସ୍ୱାମୀ ସ୍ତ୍ରୀ ମିଶି ବ୍ରହ୍ମପୁର ବୁଲିବାକୁ ଯାଇଥିଲେ । ସେଠାରେ ସ୍ୱାମୀଙ୍କ ଆଖିରେ ଧୁଳି ଦେଇ ସ୍ତ୍ରୀ ପ୍ରୀୟଙ୍କା ତାଙ୍କ ନିକଟରୁ ଖସି ପଳେଇଥିଲେ ।

ଏନେଇ ପ୍ରଶାନ୍ତ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏକ ନିଖୋଜ୍ ମାମଲା(ମିସ୍ କେସ୍‌) ଦେଇଥିଲେ । ଏତଲା ଆଧାରରେ ପୁଲିସଘଟଣାର ତଦନ୍ତ କରିଥିଲା । ପ୍ରୀୟଙ୍କା ପାତ୍ର ତାଙ୍କ ବାପ ଘର ଡି.ସିଙ୍ଗିପୁର ଗ୍ରାମରେ ରହୁଥିବା ସମ୍ପର୍କରେ ପୁଲିସ୍‌କୁ ସୂଚନା ମିଳିଥିଲା । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ପ୍ରିୟଙ୍କାକୁ ଥାନାକୁ ଆଣି ପଚରାଉଚରା କରୁଛି । ଯୁବତୀ ଜଣକ ହିଞ୍ଜିିଳିକାଟୁ, ପୁରୀ, ଆସିକା, ଦିଗପହଣ୍ଡି ଅଞ୍ଚଳରେ ଏକାଧିକ ଯୁବକଙ୍କୁ ବିବାହ ବାହାନାରେ ଠକୁଥିବା ପୁଲିସ ଜାଣିବାକୁ ପାଇଥିଲା । ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରି ଛାଡି ଦେଇଥିଲା ।

ପ୍ରିୟଙ୍କା ବ୍ରହ୍ମପୁରରୁ ଫେରାର୍ ହୋଇଯିବା ସମୟରେ ସ୍ୱାମୀ ପ୍ରଶାନ୍ତ ପାଖରୁ ବିବାହ ସମୟରେ ଦେଇଥିବା ମଙ୍ଗଳସୁତ୍ର, ମୁଦି, କାନଫୁଲ ନେଇଯାଇଥିଲା । ବି.ଏନ୍‌.ପୁର ଥାନାରୁ କୌଣସି ପ୍ରକାର ନ୍ୟାୟ ନମିଳିବାରୁ ପ୍ରଶାନ୍ତ ପଣ୍ଡା ପୁଣି ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ଦିଗପହଣ୍ଡି ପୁଲିସମଧ୍ୟ ଘଟଣାର ଖୋଳତାଡ କରିବା ସହିତ ବିଏନ୍‌ପୁର ପୁଲିସ ସହିତ ଯୋଗାଯୋଗ କରୁଛି । ପ୍ରିୟଙ୍କା ଏହିଭଳି ଏକାଧିକ ବିବାହ କରି ଲୋକଙ୍କୁ ଠକୁଥିବା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପରେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ତଦନ୍ତକାରୀ ପୁଲିସ ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking