27.1 C
Bhubaneswar
Thursday, October 6, 2022
Homeଓଡିଶାଶବଦାହ କରିବାକୁ ଯାଇ ପାଣିରେ ବୁଡ଼ିଗଲେ ଯୁବକ

ଶବଦାହ କରିବାକୁ ଯାଇ ପାଣିରେ ବୁଡ଼ିଗଲେ ଯୁବକ

ଜୟପୁର: ଜୟପୁର ସଦରଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର ରଣ୍ଡାପାଲି ଗ୍ରାମ ନିକଟରେ ବାଇକ ଦୁର୍ଘଟଣା ମୃତ୍ୟୁବରଣ କରିଥିବା ଯୁବତୀଙ୍କ ଶବ ଦାହ କରିବାକୁ ଯାଇ ଜଣେ ଯୁବକ କେନାଲ ପାଣିରେ ବୁଡ଼ି ଯାଇଛନ୍ତି। ଯୁବକ ଜଣକ ବାରିଣୀପୁଟ ଓସିସି ନଗର ଅଞ୍ଚଳର ସୀମନ୍ତ କୁମାର ନାୟକ (୩୮) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ୨୬ ନମ୍ବର ଜାତୀୟ ରାଜପଥର ରଣ୍ଡାପାଲି ସ୍ଥିତ ସରକାରୀ ପଲିଟେକିନିକ୍ ଛକ ନିକଟରେ ବାଇକ ଦୁର୍ଘଟଣାରେ ନବରଙ୍ଗପୁରର ସାଗର ପଟ୍ଟନାୟକ ଓ ବାରିଣୀପୁଟର ଓସିସ୍ ନଗରର ଉର୍ମିଳା ସେଠୀ ମୃତୁବରଣ କରି‌ଥିଲେ। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରିବା ପରେ ଉଭୟ ମୃତଦେହକୁ ପରବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତ ଯୁବତୀ ଉର୍ମିଳାଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ପରିବାରବର୍ଗ ଓ ସମ୍ପର୍କୀୟମାନ‌େ ଶଶ୍ମାନକୁ ଯାଇଥିଲେ। ଶେଷକୃତ୍ୟ ସମ୍ପନ୍ନ କରି ସୀମନ୍ତ ଗାଧୋଇବା ପାଇଁ ନିକଟ କେନାଲକୁ ଯାଇଥିଲେ। ସେଠାରୁ ପାଣିରେ ବୁଡି ଯାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking