26.1 C
Bhubaneswar
Friday, March 29, 2024
Homeଓଡିଶାସେଲଫି ନେବା ସମୟରେ ପାଣିରେ ବୁଡି ଯୁବକ ନିଖୋଜ

ସେଲଫି ନେବା ସମୟରେ ପାଣିରେ ବୁଡି ଯୁବକ ନିଖୋଜ

ରାୟଗଡା: ସେଲଫି ହେଲା କାଳ । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର । ବିଲାଲ ରାୟଗଡ଼ାରେ ରହି ଫେରିବାଲା ଭାବେ ଜିନିଷ ପତ୍ର ବିକ୍ରି କରୁଥିଲେ ।
ରବିବାର ବିଲାଲ ନିଜ ସାଙ୍ଗମାନଙ୍କ ସହିତ ନାଗାବଳୀ ଝୁଲାପୋଲ ନିକଟକୁ ବୁଲିବାକୁ ଯାଇଥିଲେ । ହେଲେ ସେଲଫି ନେବାବେଳେ ବିଲାଲ ହଠାତ୍‌ ପାଣି ଭିତରକୁ ଖସି ପଡ଼ି ନିଖୋଜ ହୋଇ ଯାଇଥିଲେ । ଏ ନେଇ ତାଙ୍କ ସହଯୋଗୀମାନେ ରାୟଗଡା ଥାନାରେ ଏତଲା ଦେବା ପରେ ଆଜି ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି । ନିଖୋଜ ଯୁବକଙ୍କ ପତ୍ତା ମିଲିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking