ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଟିକୁ ଧକ୍କା ଦେଇ ଚଢ଼ିଗଲା ବସ୍। ଦୁର୍ଘଟଣାରେ ଶଳାଭିଣୋଇଙ୍କ ମୃତ୍ୟୁ ଘଟିଛି। ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତା ମଦନପୁର ଛକରେ ଘଟିଛି ଏହି ଦୁର୍ଘଟଣା। ସ୍ଥାନୀୟ ଲୋକଙ୍କ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର୍। ଖବର ପାଇ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।









