30.1 C
Bhubaneswar
Thursday, April 25, 2024
Homeଓଡିଶାନିଆଁରେ ପୋଡ଼ି ଯୁବତୀ ଗୁରୁତର : ଅର୍ଥ ଅଭାବରୁ ପହଞ୍ôଚ ପାରୁନି ଡାକ୍ତରଖାନା

ନିଆଁରେ ପୋଡ଼ି ଯୁବତୀ ଗୁରୁତର : ଅର୍ଥ ଅଭାବରୁ ପହଞ୍ôଚ ପାରୁନି ଡାକ୍ତରଖାନା

ଭବାନୀପାଟଣା : ଆଜିକୁ ୫ଦିନ ହେବ ନିଆଁରେ ପୋଡ଼ି ଜଣେ ବିବାହିତା ମହିଳା କଷ୍ଟ ଓ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ହେଲେ ଅର୍ଥ ଅଭାବରୁ ଡାକ୍ତରଖାନା ପହଞ୍ôଚ ନପାରି ଚେରିମୁଳି ଚିକିତ୍ସା କରୁଛନ୍ତି ।
ସୂଚନା ଅନୁଯାୟୀ, ଆମପାଣି ଥାନା ସାହାଜଖୋଳ ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଗାଁ କାଦୋମଲିର ସୋଭା ପୁଝାରୀଙ୍କ ଝିଅ ସାରତୀ ପୁଝାରୀ ଗତବର୍ଷ ପାଖ ଗ୍ରାମ ବିରିମୁହାଣର ଜଣେ ଯୁବକ ମଙ୍ଗରାଜ ମାଝୀକୁ ପ୍ରେମ ବିବାହ କରିଥିଲେ । ଗତ ୪ଦିନ ତଳେ ସକାଳେ ଘରବାରଣ୍ଡାରେ ଶଶୁର ଓ ଅନ୍ୟମାନେ ମିଶି ଶୀତ ଯୋଗୁଁ ନିଆଁ ଲଗାଇ ପୋଉଥିଲେ । ଏହି ସମୟରେ ଯୁବତୀ ଜଣକ ଚା’ ଆଣିଦେଉଥିବା ସମୟରେ ହଠାତ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଜୋର୍ ଥିଲା ଯେ ତାକୁ ଆୟତ୍ତ କରିବା ଅସମ୍ଭବ ହୋଇପଡ଼ିଥିଲା । ଫଳରେ ଯୁବତୀଙ୍କ ଦୁଇ ଗୋଡ଼, ଜଙ୍ଘ ଓ ଗୁପ୍ତାଙ୍ଗ ଶତପ୍ରତିଶତ ନିଆଁରେ ପୋଡ଼ିଯାଇଛି । ତେବେ ଅଶିକ୍ଷିତ ପରିବାର ଡାକ୍ତରଖାନା ଆଣିବା ବଦଳରେ ଚେରିମୂଳି ଚିକିତ୍ସା କରୁଥିବା ବେଳେ ଯୁବତୀର ଅବସ୍ଥା ସଂକଟାପନ୍ନ ରହିଛି । ଯୁବତୀର ସ୍ୱାମୀ ମଧ୍ୟ ସ୍ତ୍ରୀକୁ ଚିକତ୍ସା ନକରି ବାପ ଘରେ ଆଣି ଛାଡିଦେଇଛି । ଗରିବ ପରିବାର ଅର୍ଥ ଅଭାବରୁ ଝିଅକୁ ଡାକ୍ତରଖାନା ଆଣିବା ପାଇଁ ମଧ୍ୟ ସକ୍ଷମ ନାହାନ୍ତି । ଅନ୍ୟପଟେ ଅସହ୍ୟ ଯନ୍ତ୍ରଣାରେ ଯୁବତୀ ଅସହାୟ ପଡ଼ିରହିଛି । ଏସମ୍ପର୍କରେ ଜଣାପଡ଼ିବା ପରେ କାଦୋମଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ । ଏନେଇ ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡ଼ାମାଝୀଙ୍କ ଜଣାଇବାରୁ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରିବି ବୋଲି କହିଛନ୍ତି । ତେବେ ଯନ୍ତ୍ରଣାରେ ଛଟପଟ ଯୁବତୀକୁ ଶୀଘ୍ର ଚିକିତ୍ସା ଯୋଗାଇଦେବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking