32.8 C
Bhubaneswar
Tuesday, April 16, 2024
Homeଓଡିଶାକରୋନା : ଦେଶରେ ସବୁଠୁ କମ୍ ବୟସର ରୋଗୀଙ୍କ ମୃତ୍ୟୁ

କରୋନା : ଦେଶରେ ସବୁଠୁ କମ୍ ବୟସର ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪୬୬ରେ ପହଂଚିଛି । ଏହା ସହିତ ୩୮ ଜଣଙ୍କ ମୃତ୍ୟୁ ଘଟିସାରିଛି । ତେବେ ବୁଧବାର ଦେଶର ସବୁଠୁ କମ୍ ବୟସର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ମୃତକଙ୍କ ବୟସ ୨୫ ବର୍ଷ ଏବଂ ଘର ଉତ୍ତରପ୍ରଦେଶର ଗୋରଖପୁର ଅଂଚଳରେ । ଏହା ଉତ୍ତରପ୍ରଦେଶରେ ପ୍ରଥମ ମୃତ୍ୟୁ ବୋଲି ଜଣାପଡ଼ିଛି ।
ଏତେ କମ୍ ବୟସର ରୋଗୀ କରୋନାରେ ପ୍ରାଣ ହରାଇବା ଦେଶରେ ପ୍ରଥମ ଘଟଣା । ବିହାରରେ ଗତ ମାର୍ଚ୍ଚ ୨୩ରେ ଜଣେ ୩୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା । କରୋନା ଭୂତାଣୁର ବିପଦ ବୟସ୍କ, ଶ୍ୱାସରୋଗୀ ଏବଂ କମ୍ ରୋଗପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କ ଉପରେ ସବୁଠୁ ଅଧିକ ବୋଲି କୁହାଯାଉଥିଲା । କିନ୍ତୁ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ପରେ ସେଠାକାର ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ଯୁବକଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ କରୋନା ଭୂତାଣୁ ବୋଲି ଦର୍ଶାଯାଇଛି । ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଯୁବକଙ୍କ ଘର ଏବଂ ଆଖପାଖ ଅଂଚଳକୁ ସମ୍ପୂର୍ଣ୍ଣ ଭାବେ ଆଇସୋଲେଟ କରିଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking