29.1 C
Bhubaneswar
Thursday, April 25, 2024
Homeଅପରାଧଯୁବ ବିଜେଡି ସଭାପତି ସୁବାସ ଖୁଣ୍ଟିଆ ଗିରଫ

ଯୁବ ବିଜେଡି ସଭାପତି ସୁବାସ ଖୁଣ୍ଟିଆ ଗିରଫ

ଯାଜପୁର : ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା ଯାଜପୁର ଅଞ୍ଚଳରେ ହୋଇଥିବା ଜଣାପଡିଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରସୁଲପୁର ବ୍ଲକ୍ ଯୁବ ବିଜେଡି ସଭାପତି ସୁବାସ ଖୁଣ୍ଟିଆଙ୍କୁ ପୁଲିସ୍ ଗିରଫ କରିଛି ।
ସୂଚନା ଅନୁସାେ,ଫେବ୍ରୁଆରୀ ୨୩ ତାରିଖରେ ଜଣେ ୧୧ ବର୍ଷର ଝିଅକୁ କିଛି ଦୁର୍ବୃତ୍ତ ତାଙ୍କ ଗାଁ ନିକଟରୁ ଉଠାଇ ନେଇ କୋଳତଳ ସ୍ଥିତ ସୁବାସଙ୍କ ଘରେ ରଖିଥିଲେ । ସେଠାରେ ରାତିରେ ସୁବାସ ତାଙ୍କୁ ଦୁଷ୍କର୍ମ କରିଥିଲା । ତେବେ ୨୬ ତାରିଖରେ ନାବାଳିକା ଜଣଙ୍କ ସେଠାରୁ କୌଶଳକ୍ରମେ ଖସି ଆସି ଘରେ ସବୁ କଥା କହିଥିଲା । ୨୮ ତାରିଖ ସନ୍ଧ୍ୟାରେ ତାଙ୍କ ବାପା କୁଆଖିଆ ଥାନାରେ ଏନେଇ ଅଭିଯୋଗ କରିଥିଲେ ।
ଏହି ଘଟଣାରେ ପୁଲିସ୍ ଘର ମାଲିକ ତଥା ରସୁଲପୁର ଯୁବ ବିଜେଡି ସଭାପତି ସୁବାଷ ଖୁଣ୍ଟିଆକୁ ଥାନାକୁ ଆଣି ପଚରାଉଚରା କରିବା ସହିତ ଅଟକ ରଖିଥିଲା । ପୀଡ଼ିତା ଜଣଙ୍କ ପୁଲିସ ସମ୍ମୁଖରେ ସୁବାସଙ୍କୁ ଚିହ୍ନଟ କରିଥିଲେ । ଏହା ପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା । ଏଥିସହ ଯାଜପୁର ମେଡିକାଲରେ ତାଙ୍କର ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking