28.1 C
Bhubaneswar
Thursday, March 28, 2024
Homeଉତ୍ତରପ୍ରଦେଶ ରାଜନୀତିୟୁପିରେ ପୁଣି ବାହୁଡ଼ିବେ ଯୋଗୀ- ଅପରାହ୍ଣ ସୁଦ୍ଧା ୩୦୦ସିଟ୍ ଦଖଲ କରିପାରେ ବିଜେପି

ୟୁପିରେ ପୁଣି ବାହୁଡ଼ିବେ ଯୋଗୀ- ଅପରାହ୍ଣ ସୁଦ୍ଧା ୩୦୦ସିଟ୍ ଦଖଲ କରିପାରେ ବିଜେପି

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜନୈତିକ ଦଳ ଗୁଡ଼ିକ ବିଶେଷ କରି ୟୁପି ଆସନକୁ ପ୍ରମୁଖ ଆସନ ଭାବେ ଗ୍ରହଣ କରୁଥିବା ବେଳେ ଏଠାରେ ଯିଏ ସରକାର ଗଢ଼ିବ କେନ୍ଦ୍ରରେ ମଧ୍ୟ ସେଇ ଦଳ ସରକାର ଗଠନ କରିବ ବୋଲି କୁହାଯାଏ । ତେବେ ପ୍ରଚାର ସମୟରେ ଯୋଗୀ ସରକାରଙ୍କ ପ୍ରତି ଲୋକ ବିମୁଖ ହେଉଥିବା ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ଯେଉଁ ଆଲୋଚନା ସବୁ ହେଉଥିଲା ତାହାର ଅନ୍ତ ଘଟାଇଛି ଯୋଗୀ ସରକାର । ସମସ୍ତଙ୍କୁ ପଛରେ ପକାଇ ବିଜେପି ଏଠାରେ ବହୁମତ ହାସଲ କରିବାରେ ଲାଗିଛି । ଦିନ ୧ଟା ସୁଦ୍ଧା ବିଜେପି ୟୁପିର ୪୦୩ ଆସନରୁ ୨୬୭ରେ ଆଗୁଆ ଥିବା ବେଳେ ଆବଶ୍ୟକ ସିଟ୍ ଠାରୁ ଢେର୍ ଅଧିକ ପାଇଥିବା ବେଳେ ବିରୋଧୀ ସମାଜବାଦିପାର୍ଟି ୧୫୦ ସିଟ୍‌ର (୧୨୭ରେ ଆଗୁଆ) ବି ପାଖାପାଖି ହୋଇପାରି ନାହିଁ । ଗୋରଖପୁର ଆସନରୁ ବିଜେପି ଟିକେଟ୍‌ରୁ ଲଢ଼ୁଥିବା ଯୋଗୀ ଆଦିତ୍ୟନାଥ ୩୪ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି ।
ସୂଚନାଯୋଗ୍ୟ ଗୋରଖପୁର ଆସନରୁ ବିଜେପି ଟିକେଟରୁ ଯୋଗୀ ଆଦିତ୍ୟନାଥ ଲଢ଼ୁଥିବା ବେଳେ କରହଲ ନିର୍ବାଚନମଣ୍ଡଳୀରୁ ସମାଜବାଦିପାର୍ଟିର ଅଖିଲେଶ ଯାଦବ, କୌସମ୍ବୀର ସିରାୟୁ ସିଟ୍‌ରୁ ବିଜେପିର କେଶବ ପ୍ରସାଦ ମୌର୍ଯ୍ୟ ପ୍ରମୁଖ ବହୁ ଭୋଟ୍‌ରେ ଆଗୁଆ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking