ମା’ ଖମ୍ବେଶ୍ୱରୀଙ୍କ ରୋଷର ଶୀକାର ହେଲେ ଯୋଗୀ : ପଥର କୋରଡରେ କରୁଛନ୍ତି ତପସ୍ୟା

ନବରଙ୍ଗପୁର : ଏବେ ଚାଲିଛି ପାର୍ବଣ ଋତୁ । ଚାଲିଛି ମା’ ଜଗତ ଜନନୀଙ୍କ ନବରାତ୍ରୀ ଉତ୍ସବ । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରାରେ ଏହା ପାଳିତ ହୋଇଥାଏ । ଏହି ପରିପେକ୍ଷୀରେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଐତିହାସିକ ସ୍ଥାନ ଉମରକୋଟର ପୋଡ଼ାଗଡ ଠାରେ ମଧ୍ୟ ଚାଲିଛି ନବରାତ୍ରି ପୂଜା । କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଏକ ଅନ୍ୟ ଘଟଣା । ଜଣେ ଶିରା ମା’ଙ୍କ ନବରାତ୍ରି ପୂଜାରେ ଯୋଗ ନଦେବାରୁ ମା’ ଖମ୍ବେଶ୍ୱରୀଙ୍କ ରୋଷର ଶୀକାର ହେବାକୁ ପଡ଼ିଛି ତାଙ୍କୁ । ଯାହାଫଳରେ ମା’ତାଙ୍କୁ ଟାଣି ଆଣି ପୋଡ଼ାଗଡ ପର୍ବତରେ ତପସ୍ୟା କରିବାପାଇଁ ବସାଇଛନ୍ତି ବୋଲି ଜଣପାଡିଛି । ଉମରକୋଟର ଐତିହାସିକ ପୀଠ ପୋଡ଼ାଗଡ ପର୍ବତମାଳାର ଘଞ୍ଚ ଜଙ୍ଗଲ ମଧ୍ୟରେ ପଥର କୋରଡରେ ତପସ୍ୟାରେ ବସିଛନ୍ତି ଜଣେ ଯୋଗୀ । ସେ ହେଉଛନ୍ତି ସ୍ଥାନୀୟ ରାଉତଗୁଡ଼ା ଗ୍ରାମର ପଦମ ଶିରା । ଗତ ସାତ ଦିନ ଧରି ଅଖିଆ ଅପିଆ ହୋଇ ତପସ୍ୟାରେ ବସିଛନ୍ତି । ଚଳିତ ବର୍ଷ ପୋଡଗଡ ଅଞ୍ଚଳର ତିନି ମୁଠା ବା ତିନି ମୌଜା ହୀରାପୁର, ପରିଆ ଓ କାରଗାଁ କୁ ନେଇ ଏକାଠି ନବରାତ୍ରି ପାଳିତ ହେଉଛି । ଏହି ଅଞ୍ଚଳର ଇଷ୍ଟ ଦେବୀ ହେଉଛନ୍ତି ମାଁ ଖମ୍ବେଶ୍ୱରୀ ଏବଂ ତାଙ୍କ ଶିରା ହେଉଛନ୍ତି ପଦମ ଶିରା । କିନ୍ତୁ ନବରାତ୍ରିରେ କୌଣସି କାରଣରୁ ପଦମ ଶିରା ଯୋଗ ଦେଇନଥିଲେ । ଏଥିରେ ରାଗି ଯାଇ ମାଁ ଖମ୍ବେଶ୍ୱରୀ ପଦମ ଶିରାଙ୍କୁ ଟାଣି ଆଣି ଏହି ପଡ଼ଗଡ ପାହାଡରେ ବସାଇଛନ୍ତି ତପସ୍ୟା କରିବାପାଇଁ । ଏମିତି କି ତାଙ୍କୁ କିଛି ଖାଇବା ପିଇବାକୁ କୁ ଦେଉନାହାନ୍ତି ମା’ ଖମ୍ବେଶ୍ୱରୀ । ତେଣୁ ପଦମ ଶିରା ଅଖିଆ ଅପିଆ ହୋଇ ତପସ୍ୟା ରେ ବସିଛନ୍ତି । ଏହି ପର୍ବତରେ ବାଘ ଭାଲୁ ଭଳି ହିଂସ୍ର ଜନ୍ତୁ ରହିଥିଲେ ବି କୌଣସି ଡର ଭୟ ନାହିଁ ଏହି ଯୋଗୀଙ୍କୁ । ଏମିତି ସେ ନବମୀ ଯାଏ ବସିବେ । ନବମୀରେ ଏହି ତିନି ମୌଜାର ଗ୍ରାମବାସୀ ସେହି ସ୍ଥାନରେ ଥିବା ବାରାଗଡ ଦୂର୍ଦ୍ଧାନି ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିବା ପରେ ପଦମ ଶିରାଙ୍କୁ ନବମୀ ପୂଜା ସ୍ଥଳଙ୍କୁ ନିଆଯିବ ଓ ସେଠାରେ ମାଁ ଖମ୍ବେଶ୍ୱରୀ ତାଙ୍କୁ କ୍ଷମା କରିବା ସହ ତପସ୍ୟାରୁ ମୁକ୍ତି ଦେବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

LEAVE A REPLY

Please enter your comment!
Please enter your name here