32.1 C
Bhubaneswar
Thursday, March 28, 2024
Homeକରୋନାଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି; ଖୋଲିବ ଧାର୍ମିକ ସ୍ଥଳ

ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି; ଖୋଲିବ ଧାର୍ମିକ ସ୍ଥଳ

ନୂଆଦିଲ୍ଲୀ: କରୋନା ର ଦ୍ୱିତୀୟ ଲହର ଟିକିଏ ଥମିବା ପରେ ଉତ୍ତରପ୍ରଦେଶ ଯୋଗୀ ସରକାର ପ୍ରଦେଶର ଧାର୍ମିକ ସ୍ଥଳବି ସାପ୍ତାହିକ ବନ୍ଦ ସମୟରେ ଖୋଲା ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି । କରୋନା ପ୍ରୋଟୋକଲ ପାଳନ କରି ଲୋକେ ଧ୍ରାମିକ ସ୍ଥଳ ପରିଦର୍ଶନ କରିପାରିବେ । ଯୋଗୀ ସରକାର ଏଥିପାଇଁ ସୋମବାର ମାର୍ଗ ଦର୍ଶିକା ଜାରି କରିଛନ୍ତି । ଗୋଟିଏ ସମୟରେ ଧାର୍ମିକ ସ୍ଥଳରେ ୫ ଜଣ ବ୍ୟକ୍ତି ସାମିଲ ରହିପାରିବେ । ପ୍ରଦେଶରେ କରୋନା ହ୍ରାସ ପାଇଥିବାରୁ ଏବଂ ପରିସ୍ଥିତି ସୁଧୁରି ଥିବାରୁ ଯୋଗୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କରୋନା ପାଇଁ ଲମ୍ବା ସମୟ ଧରି ଧାର୍ମିକ ସ୍ଥଳଗୁଡିକ ବନ୍ଦ ରହିବା କାରଣରୁ ଲୋକେ ଆରାଧ୍ୟ ଦର୍ଶନ ଓ ପୂଜାରୁ ବଂଚିତ ରହିଛନ୍ତି । ଅନାବଶ୍ୟକ ଭିଡ ଏଡାଇବା ପାଇଁ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ମାନଜନକ ଭାବରେ ନିୟମ ପାଳନ କରିବାକୁ କୁହାଯାଇଛି । ସୋମବାରରୁ ପ୍ରଦେଶରେ ବଜାର, ରେସ୍ତୋରାଁ ଓ ସପିଂ ମଲ୍ ରାତି ୯ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking