40.1 C
Bhubaneswar
Thursday, April 25, 2024
Homeଓଡିଶାଡିଏଭି ପୋଖରୀପୁଟରେ ଯୋଗଦିବସ ଦିବସ ପାଳିତ

ଡିଏଭି ପୋଖରୀପୁଟରେ ଯୋଗଦିବସ ଦିବସ ପାଳିତ

ଭୁବନେଶ୍ବର : ଡିଏଭି ପୋଖରୀପୁଟରେ ସପ୍ତମ ଅନ୍ତର୍ଜାତୀୟ ଯୋଗଦିବସ ଅନ୍‌ଲାଇନ୍‌ ମାଧ୍ୟମରେ ପାଳିତ ହୋଇଯାଇଛି । ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ସହ ଜୀବନଶୈଳୀରେ ପରିବର୍ତ୍ତନ ଆଣି ମାନସିକ ଚାପମୁକ୍ତ ନିମନ୍ତେ ଯୋଗ ହିଁ ଅପରିହାର୍ଯ୍ୟ ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ବିଦ୍ୟାର୍ଥୀ, ଅଭିଭାବକ ତଥା ଶିକ୍ଷାନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ୧୭,୦୬, ୨୦୨୧ ରୁ ୨୧.୦୬.୨୦୨୧ ପର୍ଯ୍ୟନ୍ତ ପ୍ରତ୍ୟହ ପ୍ରାତଃ ୭.୩୦ ରୁ ୮.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଅନ୍ତର୍ଜାତୀୟ ଯୋଗ ଦିବସରେ ଚିନ୍ମୟ ମିଶନର ସାମୀ ସଦାନନ୍ଦ ସରସ୍ୱତୀ ଯୋଗଦାନ କରି ଭର୍ଦୁଆଲ୍ ମାଧ୍ୟମରେ ଯୋଗର ମହତ୍ତ୍ବ ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ ।

ବିଦ୍ୟାଳୟର ଯୋଗ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ତ୍ରିପାଠୀ ପାଞ୍ଚ ଦିନ ଧରି ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ତଥା ଉପସ୍ଥିତ ଅଭିଭାବକମାନଙ୍କୁ ଯୋଗ, ଆସନ, ପ୍ରାଣାୟାମ ଆଦି ଅନ୍‌ଲାଇନ୍‌ ମାଧ୍ୟମରେ ଅଭ୍ୟାସ କରାଇଥିଲେ । ଯୋଗ ଦିବସ ଉପଲକ୍ଷେ ବକ୍ତୃତା, ଯୋଗାସନ, କୁଇଜ୍ ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଇ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସିଭିଲ୍ ଡିଫେନ୍ସ ଡିପାର୍ଟମେଣ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଶଶାଙ୍କ କୁମାର ପ୍ରଧାନ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking