30.1 C
Bhubaneswar
Wednesday, April 24, 2024
Homeବିଜିନେସ୍ୟେସ୍ ବ୍ୟାଙ୍କ୍‌-ଡିଏଚ୍‌ଏଫ୍‌ଏଲ ଜାଲିଆତି ମାମଲା: ୨ ବିଲ୍ଡରଙ୍କ ୪୧୫ କୋଟିର ସମ୍ପତ୍ତି ଜବତ

ୟେସ୍ ବ୍ୟାଙ୍କ୍‌-ଡିଏଚ୍‌ଏଫ୍‌ଏଲ ଜାଲିଆତି ମାମଲା: ୨ ବିଲ୍ଡରଙ୍କ ୪୧୫ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ୟେସ୍ ବ୍ୟାଙ୍କ୍‌-ଡିଏଚ୍‌ଏଫ୍‌ଏଲ ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଦୁଇଜଣ ବିଲ୍ଡର ସଞ୍ଜୟ ଛାବାରିଆ ଓ ଅବିନାଶ ଭୋସାଲେଙ୍କ ୪୧୫ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଏଥିମଧ୍ୟରେ ସଞ୍ଜୟଙ୍କର ୨୫୧ କୋଟି ଏବଂ ଅବିନାଶଙ୍କର ୧୬୪ କୋଟି ସମ୍ପତ୍ତି ଅନ୍ତର୍ଭୁକ୍ତ ।

ଚଳିତବର୍ଷ ଜୁନ୍‌ରେ ସ୍‌ଜୟ ଓ ଅବିନାଶଙ୍କୁ ଗିରଫ କରାଯାଇଥିବାବେଳେ ସେମାନେ ବର୍ତ୍ତମାନ ହାଜତରେ ରହିଛନ୍ତି । ସଞ୍ଜୟଙ୍କ ଜବତ ସମ୍ପତ୍ତି ମଧ୍ୟରେ ମୁମ୍ବାଇରେ ଥିବା ୧୧୬.୫ କୋଟିର ଏକ ଜମି, ବେଙ୍ଗାଲୁରୁରେ ଥିବା ୧୧୫ କୋଟିର ଅନ୍ୟ ଏକ ଜମି, ମୁମ୍ବାଇର ସାନ୍ତାକ୍ରୁଜ୍‌ରେ ଥିବା ୩ କୋଟିର ଏକ ଫ୍ଲାଟ୍ ସାମିଲ ରହିଛି । ଅପରପକ୍ଷରେ ଅବିନାଶଙ୍କ ଜବତ ସମ୍ପତ୍ତି ମଧ୍ୟରେ ଦିଲ୍ଲୀ ଏୟାରପୋର୍ଟ ନିକଟରେ ଥିବା ୧୩.୬୭ କୋଟିର ଜମି, ମୁମ୍ବାଇରେ ଥିବା ୧୦୨ କୋଟିର ଫ୍ଲାଟ୍‌, ପୁଣେରେ ଥିବା ୧୪.୬୫ କୋଟିର ଅନ୍ୟ ଏକ ଜମି ଏବଂ ୩ଟି ବିଳାସପୂର୍ଣ୍ଣ ବିଦେଶୀ କାର୍ ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking