୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ୯ ଜିଲ୍ଲାକୁ ଆଜି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ମଧ୍ୟରେ ଗଂଜାମ, କନ୍ଧମାଳ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ମୟୁରଭଂଜ, କେନ୍ଦୁଝର ଓ କୋରାପୁଟ ଜିଲ୍ଲା ସାମିଲ ରହିଛି । ଆଗାମୀ ଦୁଇଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନ ମାନଙ୍କରେ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି  ।  ସେଥିପାଇଁ ଏହି ସମୟ ମଧ୍ୟରେ ସମସ୍ତେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ଗୃହପାଳିତ ପଶୁଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନରେ ରଖିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ରାଜ୍ୟରେ ଅସହ୍ୟ ତାତିରୁ ମିଳିବ ସାମାନ୍ୟ ନିସ୍ତାର ।  ଘଡଘଡି, ବଜ୍ରପାତ ସହ ଝଡବର୍ଷା ସମ୍ଭାବନା ନେଇ ସତର୍କ ରହିବାକୁ ପରାମର୍ଶ । ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢୁଛି । ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଏହାରି ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ଆକଳନ କରାଯାଇଛି ।  ବଜ୍ରପାତ ସହ ଏହି ସବୁ ଜିଲ୍ଲାରେ ଆଜି ବର୍ଷା ହୋଇପାରେ।

LEAVE A REPLY

Please enter your comment!
Please enter your name here