30.1 C
Bhubaneswar
Wednesday, April 24, 2024
Homeରାଶିଫଳବିଛା ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ବିଛା ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ରଙ୍କଠାରୁ, ମାସିକ ରାଶିଫଳ ରବିଙ୍କଠାରୁ ଏବଂ ବାର୍ଷିକ ରାଶିଫଳ ମୁଖ୍ୟତଃ ରାହୁ, କେତୁ, ବୃହସ୍ପତି ଓ ଶନିଙ୍କଠାରୁ ଗଣନା କରାଯାଏ । ଚଳିତବର୍ଷ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଶନି ଧନୁରେ ଓ ତା’ପରେ ମକରରେ, ବର୍ଷ ଆରମ୍ଭରେ ଯଥାକ୍ରମେ ମିଥୁନ ଓ ଧନୁରେ ଥିବା ରାହୁ ଓ କେତୁ ସେପ୍ଟେମ୍ବର ୧୯ ତାରିଖରେ ବୃଷ ଓ ବିଛାକୁ ଚଳିବେ । ବୃହସ୍ପତି ବର୍ଷ ଆରମ୍ଭରୁ ଧନୁରେ ଏବଂ ୨୯ା୦୩ା୨୦୨୦ରେ ମକରକୁ ଚଳି ପୁଣି ୩୦ା୦୬ା୨୦୨୦ରେ ବକ୍ରଗତିରେ ଧନୁକୁ ପ୍ରତ୍ୟାବନ କରିବେ । ପୁଣି ବୃହସ୍ପତି ତା୨୦ା୧୧ା୨୦ ଦିବା ୦୧ା୨୨ରେ ଧନୁରୁ ମକରକୁ ଚଳିବେ । ସେହି ଅନୁସାରେ ବିଛା ରାଶିର ଫଳ ନିମ୍ନରେ ପ୍ରଦାନ କରାଗଲା ।
ବିଛା: ବର୍ଷଟି ଆପଣଙ୍କ ମିଶ୍ରିତ ଫଳ ଦେବ । ବର୍ଷ ଆରମ୍ଭରେ ବୃହସ୍ପତି ଶୁଭ ଓ ଶନି ଅଶୁଭ ଥିବା ବେଳେ ମାର୍ଚ୍ଚ ୨୯ରୁ ବୃହସ୍ପତି ଅଶୁଭତ୍ୱ ପ୍ରଦାନ କରିବେ । କିନ୍ତୁ ଜାନୁୟାରୀ ୨୪ରୁ ଶନି ଶୁଭଫଳ ଦେବେ । ବ୍ୟବସାୟ-ବାଣିଜ୍ୟରେ ଉନ୍ନତି, ଆର୍ଥିକ କାରବାରରେ ଲାଭ, ବନ୍ଧୁ-ପରିଜନରେ ସୌଖ୍ୟ ମିଳିବ । ତୀର୍ଥଯାତ୍ରାର ସୁଯୋଗ ମିଳିପାରେ । ଚାକିରି ବା କର୍ମକ୍ଷେତ୍ରରେ ପ୍ରଶଂସା, ପଦୋନ୍ନତି ବା ଆୟବୃଦ୍ଧିର ସମ୍ଭାବନା ରହିଛି । ମନୋବାଞ୍ଛା ପୂରଣ ହେବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଉପରିସ୍ଥ କର୍ମକର୍ତାଙ୍କ ଅନୁଗ୍ରହ ପାଇପାରିବେ । ଜନ୍ମ ଜାତକରେ ଦଶାଫଳ ଶୁଭ ଥିଲେ କିଛି ଚିନ୍ତା କରିବାର କାରଣ ନାହିଁ । କିନ୍ତୁ ୮ମସ୍ଥ ରାହୁ ତଥା ସେପ୍ଟେମ୍ବର ୧୯ ପରେ ସସପ୍ତମସ୍ଥ ରାହୁ ସ୍ୱାସ୍ଥ୍ୟହାନି ତଥା ଦୁର୍ଘଟଣାକାରକ । ପରିବାରରେ ବି ବିଶୃଙ୍ଖଳା ସୃଷ୍ଟି ହୋଇପାରେ । ଆପଣଙ୍କ ରାଗୀ ସ୍ୱଭାବ ନିଜ ପାଇଁ ଅଶାନ୍ତି ଓ ବିପଦ ଡାକିଆଣିପାରେ । ସାବଧାନରେ ଚଳନ୍ତୁ । ଆର୍ଥିକ ସ୍ଥିତି, ସାମାଜିକ କ୍ଷେତ୍ର ସାଙ୍ଗକୁ ରାଜନୈତିକ ପରିସ୍ଥିତି ମଧ୍ୟମ ପ୍ରକାର ରହିବ । ଅନାବଶ୍ୟକ ଭାବେ ଅତିରିକ୍ତ ବ୍ୟୟ ଓ ବିଳାସବ୍ୟସନଠାରୁ ଦୂରରେ ରହିବା ଉଚିତ । ପ୍ରତି ଗୁରୁବାର, ଶନିବାର ଓ ରବିବାର ନିରାମିଷ ଭୋଜନ କରନ୍ତୁ । ବିନା ପିଆଜ ରସୁଣ ସହ ଶୁଦ୍ଧ ସାତ୍ୱିକ ଆହାର ଆପଣଙ୍କ ପାଇଁ ଶୁଭଙ୍କର । ବୃହସ୍ପତିଙ୍କ ମନ୍ତ୍ର ‘ଓଁ ବୃଂ ବୃହସ୍ପତୟେ ନମଃ’ ଜପ କରନ୍ତୁ । ପ୍ରତି ମଙ୍ଗଳବାର ଓ ଶନିବାର ହନୁମାନ ଚାଳିଶା ପାଠ କରନ୍ତୁ । ଶୁଭଫଳ ପାଇବେ ।
ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି ଆଶା ଓ ଆଶଙ୍କା ଭିତରେ ସମୟ କାଟିବେ । ଅନୁରାଧା ନକ୍ଷତ୍ର ଅର୍ଥ, ଶ୍ରମ ଓ ସମୟକୁ ବିନିଯୋଗ କରି ମଧ୍ୟ ଦୈବ ସହଯୋଗ ବିନା କାର୍ଯ୍ୟରେ ସଫଳ ହେବା କଷ୍ଟକର ହେବ । ସେଥିପାଇଁ ନିରାମିଷ ଭୋଜନ ସହ ଗୁରୁମନ୍ତ୍ର ଜପ କରନ୍ତୁ । ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ଚାକିରି ବା ବ୍ୟବସାୟ ଯାହା କରନ୍ତୁ ନା କାହିଁକି ସଫଳତା, ପ୍ରଶଂସା ଓ ଲାଭ ସୁଗମ ହେବ । ଘରକୁ ଅତିଥି-ଅଭ୍ୟାଗତଙ୍କ ଆଗମନ ଘଟିପାରେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking